୧୧ ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ରାୟଗଡ଼ ଗଜପତି :-> ଗଜପତି ଜିଲ୍ଲା ରାୟଗଡ଼ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ଠାରେ ବିଦ୍ୟାଳୟ ସ୍ତରିୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାକୁ ଏ.ବିଇଓ -ଏସ.ପାପାରାଓ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସି.ଆର୍.ସି.ସି – ଆର୍. ଲକ୍ଷ୍ମଣ ରାଓ, ନରେଶ୍ ପ୍ରଧାନ , ବିଦ୍ୟାଳୟ ଶିକ୍ଷା କମିଟି ସଂପାଦକ ନରସିଂହ ନାୟକ ,

ଯୁଗ୍ମ ସଂପାଦକ ଯୁଧିଷ୍ଟିର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ୧୨୭ ଗୋଟି ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ସେଥିମଧ୍ୟରୁ ୨୧ ଜଣ ପ୍ରଥମ ୨୧ ଜଣ ଦ୍ବିତୀୟ ଓ ୨୩ ଜଣ ତୃତୀୟ ସ୍ଥାନ ଅଧିକାର କରିଥିଲେ।

















