୧୧ ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ଆର, ଉଦୟଗିରି :-> ରା.ଉଦୟଗିରି ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କେ. ଏମ. ଭାଲିଆ ସାହି ଠାରେ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଯୁଧିଷ୍ଠିର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦ୍ବୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ l ଗଜପତି ଜିଲ୍ଲାର 7 ଟି ବ୍ଲକରେ ଏହିଭଳି ପ୍ରଶିକ୍ଷଣ ଅନୁଷ୍ଠିତ ହେବ l ବିଷୟଭିତ୍ତିକ ଶିକ୍ଷକମାନେ JRC ର ପରାମର୍ଶଦାତା ରୂପେ ରହି ଜିଲ୍ଲାର ପ୍ରତ୍ୟେକ ମାଧ୍ୟମିକ ବିଦ୍ୟାଳୟରେ ଯେପରି JRC ବିଭାଗ ରହିବ ସେଥିପ୍ରତି ଆଲୋଚନା କରାଯାଇଥିଲା l
ସମ୍ବଳସାଧନ କର୍ମୀ ଭାବେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ଶ୍ରୀ ମୁକ୍ତିକାନ୍ତ ମଳିକ ଓ JRCO ଶ୍ରୀ ସଂଜୀବ କୁମାର ଦାସ ବିଦ୍ୟାଳୟରେ JRC ର ଭୂମିକା ସମ୍ପର୍କରେ ଶିକ୍ଷାଦାନ ଦେଇଥିଲେ l ପ୍ରାଥମିକ ଚିକିତ୍ସା ସମ୍ପର୍କରେ ମଧ୍ୟ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ l ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀଙ୍କ ସହଯୋଗରେ ପ୍ରଶିକ୍ଷଣ ଶିବିର ସଫଳ ହୋଇଥିଲା l ଏହି ଶିବିରରେ ରା. ଉଦୟଗିରି ବ୍ଲକର 12ଟି ବିଦ୍ୟାଳୟର ପରାମର୍ଶଦାତା ଯୋଗ ଦେଇଥିଲେ l














