
୧୧ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଟକ/ ମାହାଙ୍ଗା :-> ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବିରୋଧୀ ବିଜେପି ରାଜନୈତିକ ରୂପ ରେଖ ଦେବା ଓ ଇନ୍ଦିରାଆବାସ କେଳେଙ୍କାରୀ ନାମରେ ମିଥ୍ୟା ଅପପ୍ରଚାର କରି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସାରା ରାଜ୍ୟରେ ଯେଉଁ ଅପନିନ୍ଦା ଦେଇଥିଲା

ଏହାର କଡା ଜବାବ ଦେଇଛନ୍ତି ନୁର୍ତ୍ତାଙ୍ଗ ବାସୀ, ସରପଞ୍ଚ ଉପନିର୍ବାଚନରେ ମୁତ କୁଳମଣି ଙ୍କ ପୁତ୍ର ରମାକାନ୍ତକୁ ଶାସକ ଦଳ ପାର୍ଥି ପବିତ୍ର ମୋହନ ବରାଳ ୧୨୭ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇ ପ୍ରତାପ ଙ୍କୁ କ୍ଲିନ ଚିଟ ଦେଇଛନ୍ତି,

ବିଶେଷ କରି ନୁର୍ତ୍ତାଙ୍ଗ ରେ ବଜେପି ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛନ୍ଦି ଯେଉଁ ଫାଇଦା ନେବାକୁ ଚେଷ୍ଟା ଚଳାଇଥିଲେ ନୁର୍ତ୍ତାଙ୍ଗ ବାସୀ ଏହାର ଜବାବ ଉପନିର୍ବାଚନ ବାଲାଟ ରେ ଦେଇଛନ୍ତି, ନୁର୍ତ୍ତାଙ୍ଗ ରେ ବିଜେଡି ପାର୍ଥି ବିଜୟ ପରେ ସାଧାରଣ ଭୋଟର ଶାନ୍ତିରେ ନିଶ୍ୱାସ ମାରିବେ ବୋଲି ସବୁଆଡ଼େ ଆଲୋଚନା ହେଉଛି,















