୯ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଟକ :-> କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମର ହିମାଂଶୁ ଭୁଷଣ ମହାପାତ୍ର (୪୧) ବର୍ଷ ମଙ୍ଗଳବାର ଦିନ ଦେବୀଦ୍ୱାର ଠାରେ ମହାନଦୀରେ ଗାଧୋଉ ଥିବା ସମୟରେ , ଗୋଡ ଖସି ଯିବାରୁ ଭାସି ଯାଇଥିଲେ । ଆଜି ତାଙ୍କ ମୃତ ଦେହକୁ ବାରଙ୍ଗ ଅଗ୍ନି ଶମ କର୍ମଚାରୀ ବାରଙ୍ଗ ଥାନା ଅନ୍ତର୍ଗତ କୁଆଖାଇ ନଦୀ ବ୍ରିଜ ତଳୁ ଉଦ୍ଧାର କରିଛି ।

ମୃତ ହିମାଂଶୁର ଶବକୁ ବାରଙ୍ଗ ପୋଲିସ ବ୍ୟବଛେଦ ପାଇଁ କଟକ ଏସିବି କୁ ପଠାଇଛି । ଖବରରୁ ପ୍ରକାଶ ଯେ, ହିମାଂଶୁ ଏବଂ ତାର ଜଣେ ସାଙ୍ଗ ମହାନଦୀକୁ ଗାଧୋଇ ବାକୁ ଯାଇଥିଲେ । ସାଙ୍ଗ ଝାଡା ଯାଇଥିଲା ବେଳେ ହିମାଂଶୁ ନଦୀରେ ଗାଧୋଉଥିଲା । ନଦୀରେ ପାଣିର ସ୍ରୋତ ଥିବାରୁ ସେ ଭାସି ଯାଇଥିଲା । ମହାନଦୀକୁ ଗାଧୋଇବାକୁ ଯାଇ ହିମାଂଶୁ ଘରକୁ ଫେରିନଥିଲା ।

ପରିବାର ଲୋକେ ଦୁଇ ଦିନ ଧରି ଖୋଜାଖୋଜି କରି ହିମାଂଶୁକୁ ପାଇନଥିଲେ । ବାରଙ୍ଗ କୁଆଖାଇ ନଦୀ ବ୍ରିଜ ତଳେ ଜଣେ ଯୁବକର ମୃତଦେହ ପଡ଼ିଥିବା ଲୋକେ ଦେଖି ବାରଙ୍ଗ ଥାନାକୁ ଜଣାଇଥିଲେ । ଏହି ଖବର ପାଇ ମୃତ ଯୁବକର ପରିବାର ଲୋକ ଗୟଳବାଙ୍କରୁ ଆସି ଘଟଣା ସ୍ଥଳରେ ପହଞ୍ଚି ଥିଲେ ।















