No Result
View All Result

୮ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଟକ :-> କଟକ ସଦର ବ୍ଲକ ଆମଣ ପଞ୍ଚାୟତର ଶାସୋଳ ସ୍ଥିତ ଅଭିରାମ ପରମହଂସ ବିଦ୍ୟା ପୀଠର ପ୍ରଧାନ ଶିକ୍ଷକ , ରାଜକିଶୋର ମିଶ୍ର ( ରାଜନ ସାରଙ୍କ) ଅବସର ପାଇଁ ସୋମବାର ଦିନ ଏକ ବିଦୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ , କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ତପସ୍ନିନୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଏହି ଉତ୍ସବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ଦାସ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ଚନ୍ଦ୍ର ଦଳାଇ, ଆମଣ ସରପଞ୍ଚ ମାନସୀ ପୃଷ୍ଟି, ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ତ୍ରିପାଠୀ, ସ୍କୁଲ ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର ସ୍ୱାଇଁ, ଜ୍ୟୋତି ରଞ୍ଜନ ମହାନ୍ତି, ସୁବାଷ ଚନ୍ଦ୍ର ରାଉତରାୟ ,

ବଜେନ୍ଦ୍ର ନାଥ ଦଳାଇ (ବାବୁଲି ଭାଇ) , ପ୍ରମୋଦ କୁମାର ରାଉତରାୟ, ଆମଣ ପଞ୍ଚାୟତ ବିଜେଡି ସଭାପତି ବିପ୍ର ଚରଣ ଭୋଳ, ପୁର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ସାହୁ, ବିଜୟ କୁମାର ପୁଷ୍ପାଳକ, ଶ୍ୟାମ ସୁନ୍ଦର ଖଟୁଆ, ରବିନ୍ଦ୍ର ନାଥ ରାଉତରାୟ, ଆଲୁମ କମିଟିର ଅଧ୍ୟକ୍ଷ ଅଶ୍ୱିନୀ ମହାନ୍ତି, ତାପସୀ ଦଳାଇ, ସ୍ନେହାଶିଷ ମଙ୍ଗରାଜ,ନିର୍ମଳ ସିଂ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଲେ ଯେ,ରାଜକିଶୋର ମିଶ୍ର ଏକାଧାରରେ ଜଣେ ଦକ୍ଷ ଉତ୍ତମ ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ଭଲପାଇବା, ସହକର୍ମୀଙ୍କୁ ନେଇ କାର୍ଯ୍ୟ କରିବା , ବିଦ୍ୟାଳୟର କିଭଳି ଉନ୍ନତି ହୋଇ ପାରିବ ସେନେଇ, ପୁରାତନ ଛାତ୍ରଛାତ୍ରୀ ,ବଦ୍ୟାନ ବ୍ୟକ୍ତି ଏବଂ ଅଭିଭାବକ ମାନଙ୍କୁ ନିୟମିତ ସ୍କୁଲକୁ ଡାକି ଆଲୋଚନା କରୁଥିଲେ ।

ଯାହା ଫଳରେ ସ୍କୁଲର ଉନ୍ନତି ହେବାରେ ଲାଗିଛି । ସେହିପରି ଅଭିରାମ ପରମହଂସ ବିଦ୍ୟାପୀଠକୁ ୫ଟି ରେ ସାମିଲି କରିବାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ଆମଣ ପଞ୍ଚାୟତ ବିଜେଡ଼ି ସଭାପତି ବିପ୍ର ଚରଣ ଭୋଳଙ୍କ ଅବଦାନକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମ ବାସୀ ଭୁଲିପାରିବେ ନାହିଁ। ସେହିପରି ପୂର୍ବତନ ଏବଂ ବର୍ତ୍ତମାନର ସରପଞ୍ଚଙ୍କ ପକ୍ଷରୁ ବିଦ୍ୟାଳୟର ଉନ୍ନତି ପାଇଁ ଯୋଗାଇ ଦେଇଥିବା ଆର୍ଥିକ ସହାୟତାକୁ ଭୁଲି ହେବନାହିଁ ବୋଲି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ବିଦାୟ କାଳୀନ ଭାଷଣରେ ଉଲ୍ଲେଖ କରିଥିଲେ । ଶେଷରେ ଅବସର ପ୍ରାପ୍ତ ରାଜନ ସାରଙ୍କୁ ଗ୍ରାମ ବାସୀ, ପୂରାତନ ଛାତ୍ରଛାତ୍ରୀ, ଆଲୁମିନା କମିଟିର ଅଧ୍ୟକ୍ଷ, ସଭ୍ୟ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,

ଛାତ୍ରଛାତ୍ରୀ , ସରପଞ୍ଚ, ସମିତି ସଭ୍ୟ ସମସ୍ତେ ମାନପତ୍ର, ଉପଢୌକନ, ପୁଷ୍ପଗୁଛ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଅଭିରାମ ପରମ ହଂସ ବିଦ୍ୟା ପୀଠରେ ଆଠ ଜଣ ଶିକ୍ଷକର ଆବଶ୍ୟକତା ରହିଥିଲା ବେଳେ, ହିନ୍ଦୀ, ସଂଷ୍କୃତ, ବିଞ।ନ ତିନି ଜଣ ଶିକ୍ଷକଙ୍କୁ ଛଡ଼ା ଅନ୍ୟ ୫ ଜଣ ଶିକ୍ଷକ ପଦବୀ ଖାଲି ପଡି ଥିବାରୁ , ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନରେ ବାଧା ପ୍ରାପ୍ତ ହେଉଛି ।ଏଦିଗରେ ଶିକ୍ଷା ବିଭାଗର ଅଧିକାରୀ ଦୃଷ୍ଟି ଦେବାକୁ ଆୟୋଜିତ ବିଦାୟକାଳୀନ ଉତ୍ସବ ରେ ଯୋଗ ଦେଇଥିବା ଅତିଥି ଏବଂ ଗ୍ରାମ ବାସୀ ମାନେ ପ୍ରକାଶ କରିଥିଲେ । ପୂର୍ବତନ କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ଦାଶ, ଶିକ୍ଷକ ପ୍ରସନ କୁମାର ଜେନା, ଗୌତମ ଚରଣ ବେହେରା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

No Result
View All Result