୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ର ସର୍ବ ପୁରାତନ ନିଆଳି ମହାବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଶୋର୍ଗତ ବଟକୃଷ୍ଣ ଲେଙ୍କା ଙ୍କ ପ୍ରତି ମୁୂର୍ତ୍ତ ରେ ମାଲାର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଉତ୍ସବ ରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର୍ ଭାଗିରଥି ଜେନା ମହାବିଦ୍ୟାଳୟ ର ବିଭିନ୍ନ ଅଭାବ ଅସୁବିଧା ସଂପର୍କ ରେ ଅତିଥି ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଵିନୋଦ ବିହାରି ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

ନିଆଳି ବିଧାୟକ ପ୍ରଫେସର୍ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଖୁବ୍ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ଦାସ ଯୋଗ ଦେଇ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଯଥା ଅଧ ନିର୍ମତ ଜରାଜୀର୍ଣ୍ଣ ଅବସ୍ଥା ରେ ଥିବା ଛାତ୍ରୀ ନିବାସ କୁ ସମ୍ପୂର୍ଣ୍ଣ କରିବା ଏବଂ ମହାବିଦ୍ୟାଳୟ ପ୍ରାଚୀର ପୂର୍ଣ୍ଣାଙ୍ଗ କରଣ କରିବା ,

ପୁରୁଣା ଆଜବେଷ୍ଟ ଗୃହ ଗୁଡ଼ି କର ପୁନଃ ନିର୍ମାଣ, ଛାତ୍ରୀ କମନ ରୁମ୍ ନିର୍ମାଣ, କମୁନିଟୀ ହଲ ପ୍ରତିଷ୍ଠା ସମେତ ବହୁ ବିଧ ସମସ୍ୟା ସମ୍ପର୍କରେ ୫ ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମତ ପ୍ରକାଶ କରିଥିଲେ । ଏହି ଉତ୍ସବ ରେ ନିଆଳି ତହସିଲ ଦାର ଶ୍ରୀ ବିଦ୍ୟା ଧର ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ର ଜମି ସମସ୍ୟା ର ଖୁବ୍ କମ୍ ସମାଧାନ ହେବା ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏଥିରେ ଜିଲ୍ଲାପରିସଦ ସଭ୍ୟ ଦେବାଶିଷ ଷଡଙ୍ଗୀ , ବି ଡି ଓ ଉଲାସ ଚନ୍ଦ୍ର ସେଠୀ ଏବଂ ସାଂସଦ ପ୍ରତିନିଧି ଆଦିତ୍ୟ ପାଣି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ଉନ୍ନତି କଳ୍ପେ ସହଯୋଗ କରିବେ ବୋଲି କହିଥିଲେ । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ ।ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତା କର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ଅଧ୍ୟାପକ ସନ୍ତୋଷକାମୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।















