୨ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଚୋରା ବନ୍ଧୁକ ବିକ୍ରୀ କାରବାରରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଲାଲବାଗ ପୋଲିସ ଧରିବାରେ ସଫଳ ହୋଇଛି । ଧରା ପଡିଥିବା ଅଭିଯୁକ୍ତଙ୍କ ଠାରୁ ପୋଲିସ ୫ଟି ବନ୍ଧୁକ, ୫୦ଟି ଗୁଳି, ବ୍ୟବହୃତ ମାରୁତି କାର, ବାଇ ଏବଂ ୬ଟି ମୋବାଇଲ ଫୋନ ଜବତ କରିଛି । କଟକ ହାଇକୋର୍ଟ ପାର୍କିଂ ପ୍ଲେସରେ ଚୋରା ବନ୍ଧୁକ ବିକ୍ରି କରିବା ଉଦ୍ଦେଶ୍ୟରେ ଠିଆ ହୋଇଥିବା ,

ମଧୁପାଟଣା ଥାନା ଅନ୍ତର୍ଗତ ପୋପରଡାରକାଳିଆ ଓରଫ ସତ୍ୟଜିତ୍ ଜେନା , ଜଗତସିଂହପୁର ଚଟରାଗ୍ରାମର ଦୂର୍ଗା ଦାସ ଓରଫ ନଣ୍ଡାକୁ ଚତୁରତା ସହିତ ଲାଲବାଗ ପୋଲିସ ଧରିବାରେ ସଫଳ ହୋଇଥିଲା । ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ହେଲେ ଲାଲବାଗ ଥାନା ଦେୱ।ନବଜାରର ମହମ୍ମଦ ରହିମ , ଶେକ ୱ।ସିମ , କନ୍ଦରପୁର ଥାନା ରାଜହଂସ ଗ୍ରାମ ସାମଲସାହିର ସନ୍ତୋଷ ସାମଲ ।

ସତ୍ୟଜିତ୍ ବିରୁଦ୍ଧରେ ପୂର୍ବରୁ ବିଡାନାସୀ ଥାନା, ଜଗତସିଂହପୁର ଥାନା, ମଧୁପାଟଣା ଥାନାରେ ୭ଟି ମାମଲା ରହିଛି । ସେହିପରି ରହିମ ବିରୋଧରେ ବିଡାନାସୀ, ଲାଲବାଗ, ମାଲଗୋଦାମ, ଢେ଼ଙ୍କାନାଳ ଥାନାରେ ୫ଟି ମାମଲା ରହିଛି । ସେହିପରି ଅନ୍ୟ ଅଭିଯୁକ୍ତ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ନେଇ କଟକ ଡିସିପି ପିନାକ ମିଶ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।
















