୧ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଗତ ଦୁଇ ଦିନ ତଳେ ଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ ଭାବେ ପରିଗଣିତ ମା ଉଗ୍ରତାରା ଦେବୀଙ୍କ ମବ୍ଦିର ର ଗ୍ରିଲ୍ ଭାଙ୍ଗି କେତେକ ଦୁର୍ବୁର୍ତ ମା ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ..ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସ୍ରୁଷ୍ଟି କରିଥିଲା । CC TV ସହ ମନ୍ଦିର ସୁରକ୍ଷା କର୍ମୀଙ୍କ ପ୍ରହରା ସତ୍ୱେ ଚୋରୀ ଘଟଣାକୁ ଭକ୍ତ ମାନେ ନାପସନ୍ଦ କରିଥିଲେ।ଏ ନେଇ ମନ୍ଦିର କମିଟି ପକ୍ଷରୁ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ପୋଲିସ୍ ୩ ଟି ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ।

ମଧ୍ୟ୍ୟରେ ମା ଉଗ୍ରତାରାଙ୍କ ମନ୍ଦିର ନିକଟ ଜଙ୍ଗଲ ମଧ୍ୟ୍ୟରେ ଦୂର୍ବୁର୍ତ ମାନେ ମାଙ୍କର କେତେକ ଅଳଙ୍କାର ଫୋପାଡି ଦେଇଥିବା ଲୋକେ ଦେଖିବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମାଙ୍କର ଅଳଙ୍କାର ଜବତ କରିଥିଲା । ଏହି ଚୋରୀ ଘଟଣାରେ ଅଳଙ୍କାର ଜଙ୍ଗଲ ମଧ୍ୟ୍ୟରେ ମିଳିବା ଖବର ପାଇବା ପରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତି ଓ ଏସ୍ ପି ସିଦ୍ଧାର୍ଥ କଟାରିଆ ଗତ କାଲି ଅପରାହ୍ନରେ ମନ୍ଦିର ରେ ପହଂଚିଥିଲେ.. ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଂଚ କରିବା ସହ ମନ୍ଦିର ସେବାୟତ ଓ ସ୍ଥାନୀୟ ଜନ ସାଧାରଣଙ୍କ ସହ ଆଲୋଚନା କରିଥିବା ଜଣା ପଡିଛି . ପୋଲିସ୍ ପକ୍ଷରୁ ମନ୍ଦିର ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଜଣା ପଡିଛି ।















