୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମଙ୍ଗଳାବାଗ ପୋଲିସ ହାତରେ ଧରାପଡିଲା ଅଭ୍ୟାସଗତ ଲୁଟେରା ଏସ ବାବୁ । ଗିରଫ ଏସ ବାବୁ” ଓରଫ “ଏସ କେ ରଫିକ୍ ପାଖରୁ ପୋଲିସ ନଗଦ ଟଙ୍କା , ସୁନା ଅଳଙ୍କାର ମଙ୍ଗଳସୂତ୍ର,ସୁନା ଚେନ, ଲକେଟ, ବ୍ରେସଲେଟ,ମୁଦି,କାନଫୁଲ, ସହିତ ରୂପା ଅଳଙ୍କାର, ଲାପ୍ ଟପ୍,କ୍ୟାମେରା,ହାତ ଘଣ୍ଟା,ଏବଂ ମୋବାଇଲ ଫୋନ ଜବତ କରାଯାଇଛି ।

ତେବେ ଅଭିଯୁକ୍ତ ଏସ ବାବୁ ନାମରେ ପୂର୍ବରୁ ଜଗତପୁର,ଲାଲବାଗ,ବିଡାନାସୀ ଥାନାରେ ଅପରାଧିକ ମାମଲା ରହିଛି, ତେବେ ଅଭିଯୁକ୍ତ ବାବୁ କଟକ ଜଗତପୁର ଅଞ୍ଚଳ ର ବାସିନ୍ଦା । ନିରୋଳା ଜାଗାରେ ଥିବା ଲୋକ ମାନଙ୍କ ଘରେ ରେକି କରି ଝରକା ତାଡି ଚୋରି କରୁଥିଲା ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର । ଗିରଫ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଛି ।
















