୩୦ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ସମାପ୍ତ ହେଇଥିବା ଅଖିଳ ଭାରତୀୟ ଯୁବ କଂଗ୍ରେସର ସାଂଗଠାନିକ ନିର୍ବାଚନ ରେ ରଣପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ଭାବେ ରଣପୁର ଅଞ୍ଚଳର ଯୁବ ସମାଜସେବୀ ତଥା ରଣପୁର କଲେଜ ର ଛାତ୍ରସଂଶଦ୍ ପୂର୍ବତନ ଛାତ୍ର ନେତା ଓ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ଛାତ୍ର କଂଗ୍ରେସ ର ସଭାପତି ପ୍ରକାଶ ଚନ୍ଦ୍ର ନାୟକ 295 ଖଣ୍ଡ ଭୋଟ ପାଇ ରଣପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବେ ବିଜୟଲାଭ କରିଛନ୍ତି ଓ ବାଦଲ ପ୍ରଧାନ 367 ଖଣ୍ଡ ଭୋଟ ପାଇ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ନିର୍ବାଚିତ ହୋଇଛନ୍ତି l

ଏହି ନିର୍ବାଚନରେ ରଣପୁର ବିଧାନସଭା ଓ ନୟାଗଡ ଅଞ୍ଚଳର 35ବର୍ଷ ରୁ କମ୍ ବୟସର ଯୁବକ ଯୁବତୀ ମାନେ ଅନଲାଇନ୍ ମାଧ୍ୟମରେ ମତ ଦାନ କରିଥିଲେ ରଣପୁର ଅଞ୍ଚଳର କଂଗ୍ରେସ ନେତା ସତ୍ୟବ୍ରତ ନାୟକ,ରଣପୁର ବାର୍ ଆସୋସିଏସନ୍ ର ସମ୍ପାଦକ ସତ୍ୟରଞ୍ଜନ ମତ୍ତା , ନୟାଗଡ଼ ଜିଲ୍ଲା ଯୁବ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ମୀର୍ ଅବୁବେକର ସିଧିକ୍,ନୟାଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ବାଳକୃଷ୍ଣ ସଢ଼ଙ୍ଗି ,ନୟାଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ବିଭୂତି କୁମାର ଜେନା, ଆଡଭୋକେଟ ଉମେଶ ସାହୁ,ରାଜ୍ୟ ଛାତ୍ର କଂଗ୍ରେସ ର ସମ୍ପାଦକ ଅନିଲ ଛୁଆଳ୍ ସିଂହ ,ନୟାଗଡ଼ ଜିଲ୍ଲା ଯୁବ , ଲିଆକତ ଅଲ୍ଲୀ,ସଞ୍ଜୟ ମହାନ୍ତି,

ହୃଦାନନ୍ଦ କାଣ୍ଡି,ସଂଗ୍ରାମ ପାଇକରାୟ,ସୁଦର୍ଶନ ପାଇକରାୟ,ପ୍ରଶାନ୍ତ କୁମାର ବିଶ୍ବାଳ,ରଞ୍ଜନ କୁମାର ରାଉତ, ଦୀପକ ପ୍ରଧାନ ପ୍ରମୁଖ ଯୁବ କଂଗ୍ରେସ ଓ କଂଗ୍ରସ ନେତୃବୃନ୍ଦ ନୂତନ ସଭାପତି ଓ ଉପସଭାପତି ଙ୍କୁ ଅଭିନନ୍ଦନ ଓ ଶୁଭେ୍ଛା ଜଣାଇଛନ୍ତି ।ନୂତନ ସଭାପତି ଓ ଉପସଭାପତି ଆଗାମୀ ଦିନରେ ରଣପୁର ନିର୍ବାଚନ ମଣ୍ଡଳୀର ଯୁବକ ମାନଙ୍କୁ ସୁସଂଗଠିତ କରି ଯୁବ କଂଗ୍ରେସ ଓ କଂଗ୍ରେସ ସଂଗଠନକୁ ମଜବୁତ୍ କରି ରାଜ୍ୟ ଓ କେନ୍ଦ୍ରସରକାର ଙ୍କ ଯୁବ ବିରୋଧୀ, ଜନ ବିରୋଧୀ ଓ ଶ୍ରମିକ କୃଷକ ବିରୋଧୀ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ବିରୁଦ୍ଧରେ ଆନ୍ଦୋଳନ କରିବେ ।














