୨୭ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା କନ୍ଧ ନୟାଗଡ ଗ୍ରାମରେ ଶନି ମନ୍ଦିର ନିକଟରେ ଶିକ୍ଷକଙ୍କ ଘରୁ ବଡ ଧରଣର ଚୋରୀ ହୋଇଛି । ଗତ ବୁଧବାର ରାତିରେ ଶିକ୍ଷକ ଦମ୍ପତି ହଲ୍ ରେ ଶୋଇଥିବା ବେଳେ ଅତି ଚାଲାଖ୍ ର ସହିତ ଧୃତ ଭୁଟେରା ମାନେ ଘରେ ପଶି ଅନ୍ୟ ରୁମ୍ ଝରକା ତାଡି ଲୁଟିଛନ୍ତି।ଆଲମୀରା ଭାଙ୍ଗି ନଗଦ ୬୩ ହଜାର ଟଙ୍କା ସହ ୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିବାର ଚାନ୍ଦପୁର ଥାନାରେ ଅଭିଯୋଗ ହୋଇଛି ।
ଥାନାରେ ଏତଲା ପରେ ଚାନ୍ଦପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାମୂତାବକ-ଲୁଟ୍ ହୋଇଥିବା ଶିକ୍ଷକଙ୍କ ନାମ ଲକ୍ଷ୍ମୀଧର ତାଡ। ସେ ସ୍ଥାନୀୟ ଚମ୍ପାଗଡ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରନ୍ତି।ନିଜର ଇନସୁରାନ୍ ସ ଟଙ୍କା ଡିପୋଜିଟ୍ କରିବା ପାଇଁ ଗତ କାଲି ଚାନ୍ଦପୁର ଷ୍ଟେଟ୍ ବ୍ୟାଙ୍କରୁ ଲକ୍ଷ୍ନୀଧର ୬୩ ହଜାର ଟଙ୍କା ଉଠାଣ କରି ଘରେ ଆଲମୀରା ରେ ରଖିଥିଲେ।














