• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଢେଙ୍କାନାଳର ଶତାୟୁ,ବି.ବି.ହାଇସ୍କୁଲ : ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସଙ୍କ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୩ର ଭାର ଉତ୍ତୋଳନରେ ବିରଳ ସ୍ଵର୍ଣ୍ଣପଦକ ହାସଲ

Proprietor Abhimanyu Maharana by Proprietor Abhimanyu Maharana
July 27, 2023
in ଓଡ଼ିଶା, ଢେଙ୍କାନାଳ, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଢେଙ୍କାନାଳର ଶତାୟୁ,ବି.ବି.ହାଇସ୍କୁଲ : ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସଙ୍କ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୩ର ଭାର ଉତ୍ତୋଳନରେ ବିରଳ ସ୍ଵର୍ଣ୍ଣପଦକ ହାସଲ
Share on FacebookShare on TwitterWhatsapp

୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଢେଙ୍କାନାଳ :- ଢେଙ୍କାନାଳ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଚଳିତ ବର୍ଷର ପ୍ରାକ୍ତନ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ହୃଦାନନ୍ଦ ଦାସ କୋଚ୍ ଗୋପାଳ କୃଷ୍ଣ ଦାସଙ୍କ ଅଧିନରେ ଡି. ଡବ୍ଲ୍ୟୁ .ଏ .ଡି. ,ଇଣ୍ଡୋର୍ ହଲ , ଢେଙ୍କାନାଳରେ ତାଲିମ୍ ଗ୍ରହଣ କରି ଉତ୍ତରପ୍ରଦେଶ ଗ୍ରେଟ୍ ର ନୋଇଡା ଠାରେ ଜୁଲାଇ ମାସ ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା -୨୦୨୩ର ଭାରଉତ୍ତୋଳନରେ ବିରଳ ସ୍ଵର୍ଣ୍ଣ ପଦକ ହାସଲ କରି ଆମ ଦେଶ, ରାଜ୍ୟ ଓ ଜିଲ୍ଲା ପାଇଁ ଐତିହାସିକ ଗୌରବ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ୧୫ ଟି ଦେଶର ୧୫୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଏହି ଅବସରରେ ଢେଙ୍କାନାଳରେ ବାଜିଚୌକ ଠାରୁ ତାଙ୍କୁ ସୁସଜ୍ଜିତ ଜିପ୍ ରେ ବାଦ୍ୟର ତାଳେ ତାଳେ ଏକ ବିପୁଳ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ପରିଶେଷରେ ବି.ବି. ହାଇସ୍କୁଲ୍ ରେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,

ଓଡ଼ିଶା ଶିକ୍ଷାସେବା-୧(କନିଷ୍ଠ) ଓ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମାର୍ଗଦର୍ଶନ ତଥା ନେତୃତ୍ୱରେ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, କର୍ମଚାରୀ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟା ସଭ୍ୟବୃନ୍ଦ ଓ ପ୍ରିୟ ଛାତ୍ରୀ ଛାତ୍ର ମାନଙ୍କ ଉପସ୍ଥିତିରେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ, ପୁଷ୍ପବର୍ଷଣ ଓ ଜୟଜୟାକାର ସ୍ଲୋଗାନ୍ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ କରି ବିପୁଳ ବର୍ଣ୍ଣାଢ଼୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥିପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍ ଓଡ଼ିଶା -୨୦୨୨ ଭାର ଉତ୍ତୋଳନ ପ୍ରତିଯୋଗିତାରେ ୭୩ କେଜି ବର୍ଗରେ ୟୁଥ୍ /ଯୁବ (୧୩ ରୁ ୧୮ ବର୍ଷ ବୟସ) ,ଜୁନିୟର/କନିଷ୍ଠ (୧୮ ରୁ ୨୧ବର୍ଷ ବୟସ) ଓ ସିନିୟର୍/ବରିଷ୍ଠ (୨୧ ବର୍ଷରୁ ଉର୍ଦ୍ଧ୍ବ ବୟସ) ବିଭାଗରେ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ଗୋଟିଏ ସର୍ବମୋଟ୍ ତିନୋଟି ସ୍ଵର୍ଣ୍ଣ ପଦକ ସହ ପ୍ରଶଂସା ପତ୍ର ହାସଲ କରିଛନ୍ତି। ସେ ରାଜ୍ୟସ୍ତରରେ ସ୍ନାଚ୍ ରେ ୧୦୯ କିଲୋ ଓ କ୍ଲିନ୍ ଏଣ୍ଡ ଜରକ୍ ରେ ୧୩୯ କିଲୋ ସମୁଦାୟ ୨୪୮ କିଲୋ ଭାର ଉତ୍ତୋଳନ କରି ସାମଗ୍ରିକ ଭାବରେ ସମଗ୍ର ଓଡ଼ିଶାରେ ଚମ୍ପିୟାନ ହୋଇ ଏହି ବିରଳ ଗୌରବର ଅଧିକାରୀ ହୋଇ ପାରିଥିଲେ।

ପ୍ରକାଶ ଥାଉକି ଢେଙ୍କାନାଳ ଭାପୁର ଟେଣୁଆ ଗ୍ରାମର ଅଧିବାସୀ ବର୍ତ୍ତମାନ ଢେଙ୍କାନାଳ କୁଣ୍ଟୁଣିଆ ନୂଆ ସାହିର ବାସିନ୍ଦା ତାଙ୍କର ପିତା ହରିହର ଦାସ ଜଣେ ଅଟୋଚାଳକ ଓ ମାତା ଗୋଲାପ ଦାସ ଜଣେ ଗୃହିଣୀ। ସେ ବର୍ତ୍ତମାନ ପର୍ଜଙ୍ଗ ସାଆନ୍ଦା କଲେଜର ଯୁକ୍ତ ଦୁଇ କଳା ପ୍ରଥମ ବର୍ଷର ଛାତ୍ର। ସେ ତନଭିକ ଢେଙ୍କାନାଳ ଶାଖାରେ ତାଲିମ୍ ନେଇ ବର୍ତ୍ତମାନ ପତିଆଲାରେ ତିନିମାସ ତାଲିମ୍ ନେଇ ନିକଟରେ ଋଷ୍ ରେ ମଧ୍ୟ ଭାର ଉତ୍ତୋଳନ କରି ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି। ଏହି ଉପଲକ୍ଷେ ବିଦ୍ୟାଳୟ ଶ୍ରେଣୀଗୃହରେ ଓ ପ୍ରାର୍ଥନା ସଭାରେ ବିଦ୍ୟାଳୟର ଛାତ୍ରୀ,ଛାତ୍ର ,ଶିକ୍ଷୟିତ୍ରୀ,ଶିକ୍ଷକ, କର୍ମଚାରୀ ଵୃନ୍ଦଙ୍କ ଉପସ୍ଥିତିରେ ପୁନର୍ବାର କୃତୀ ଛାତ୍ର ହୃଦାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ଅଭିଭାଷଣରେ ଏହି ଶତାୟୁ ବିଦ୍ୟାଳୟର ସର୍ବ ପ୍ରଥମ ଏହି ବିରଳ ଗୌରବ ଅର୍ଜନ କରିଥିବା ଆମ ପ୍ରାକ୍ତନ ଚଳିତ ବର୍ଷର ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ହୃଦାନନ୍ଦ ଦାସଙ୍କ ଏହି ସଫଳତା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।

ଆଗାମୀ ଦିନରେ ଏସିଆଡ୍ ଓ ଅଲମ୍ପିକ୍ସ ରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରି ଏହି ସଫଳତାର ପୁନରାବୃତ୍ତି ଘଟାଇବାର ଦୃଢ଼ ଆଶା ପୋଷଣ କରିଥିଲେ। ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଓଡ଼ିଶା ଶିକ୍ଷାସେବା-୧(କନିଷ୍ଠ) ଛାତ୍ର ହୃଦାନନ୍ଦ ଦାସଙ୍କ ଏହି ରାଜ୍ୟସ୍ତରୀୟ ସଫଳତାରେ ଆମେ ସମସ୍ତେ ଗର୍ବିତ ଓ ଆଗାମୀ ଦିନରେ ଏହିଭଳି ଆହୁରି ଅନେକ ସଫଳତା ବିଦ୍ୟାଳୟ ପାଇଁ ଗୌରବର ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଏହି ଅବସରରେ ମାନ୍ୟବର ଢେଙ୍କାନାଳ ଜିଲ୍ଲା ପରିଷଦର ଚେୟାରମ୍ୟାନ ଅର୍ଚ୍ଚନା ପୁହାଣ,ମାନ୍ୟବର ଢେଙ୍କାନାଳ-ଅନୁଗୋଳ ସାଂସଦ ମହେଶ ସାହୁ,ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାନ୍ୟବର ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ, ଶତାୟୁ,ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଉଭୟ ଅଶ୍ଵିନୀ କୁମାର ମିଶ୍ର,ଆଇ. ଏ. ଏସ୍. ଓ ଦୁର୍ଗା ପ୍ରସାଦ ମହାପାତ୍ର,ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ,ପ୍ରାକ୍ତନ ଛାତ୍ର ତଥା ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ପରିବେଶବିତ୍ ପ୍ରଦ୍ୟୁମ୍ନ ରଥ, ପରିବେଶ ପ୍ରେମୀ ଅକ୍ଷୟ କୁମାର ଜେନା,ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି,ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ସସ୍ମିତା ସାହୁ ,ଶତାୟୁ, ଅନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ଓ ହିନ୍ଦୋଳ ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଢେଙ୍କାନାଳ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟର ବନଖଣ୍ଡ ଅଧିକାରୀ ସୁମିତ୍ କୁମାର କର,ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା,

ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର, ସ୍ଵର୍ଣମୟୀ ଶତପଥୀ, ଧ୍ୟାନଚାନ୍ଦ ମିଶ୍ର, ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ,ସୁଜାତା ପଣ୍ଡା, ସୁଚିତ୍ରା ସାହୁ, ଡ଼ଃ ଅନୁପମା ମିଶ୍ର, କିଶୋର ଚନ୍ଦ୍ର ସାମଲ,ଦିପ୍ତିଶ୍ କୁମାର ଶତପଥୀ, କିରଣମୟୀ ମହାଳିକ, କଲ୍ୟାଣୀ ବଡ଼ଜେନା, ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, କଳ୍ପନା ବାରିକ, କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା, ବାସୁଦେବ ରଣା, ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ , କର୍ମଚାରୀ ବୃନ୍ଦ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ , ଉପସଭାପତି ସୁପ୍ରଭା ସ୍ୱାଇଁ ସମେତ ସମସ୍ତ ସଦସ୍ୟ, ସଦସ୍ୟା ବୃନ୍ଦ, ବିଦ୍ୟାଳୟ ଆଲୁମିନି ଆସୋସିଏସନର ସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର, ଅନ୍ୟତମ ପ୍ରାକ୍ତନ ଛାତ୍ର ତଥା ଢେଙ୍କାନାଳ ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପ୍ରାକ୍ତନ ଛାତ୍ର ତଥା କବି ଅବନୀ ମିଶ୍ର , ପ୍ରାକ୍ତନ ଛାତ୍ର ତଥା ଅଧ୍ୟାପକ ଜ୍ଞାନେନ୍ଦ୍ର ସାହୁ, ପ୍ରାକ୍ତନ ଛାତ୍ର ତଥା ଆଇନଜୀବୀ ଶିବସାଇ ମହାପାତ୍ର ,ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରାସାଦ ପରିଡ଼ା ପ୍ରମୁଖ ବିଦ୍ୟାଳୟର ଅନେକ ଶୁଭେଛୁବୃନ୍ଦ ବିଦ୍ୟାଳୟର ଏହି କୃତୀ ଛାତ୍ର ହୃଦାନନ୍ଦ ଦାସଙ୍କୁ ଏହି ବିରଳ ସଫଳତା ହାସଲ ପାଇଁ ତାଙ୍କୁ ଢେର୍ ସାରା ଶୁଭେଚ୍ଛା ଓ ଅନେକ ଅନେକ ଶୁଭକାମନା ଜଣାଇଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

September 14, 2026

Recent News

World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

September 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version