୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର, :- ସାମାନ୍ୟ ଗଣ୍ଡଗୋଳକୁ ନେଇ ଖଣ୍ଡାରେ ଅତି ବିଭତ୍ସ ଭାବେ ଜଣେ ମାନସିକ ବିକାରଗ୍ରସ୍ତ ଅପରିଚିତ ମହିଳାଙ୍କୁ ହତ୍ୟା କରିଛି ଜଣେ ଉଦ୍ଭ୍୍ରାନ୍ତ ଯୁବକ । ବାଣପୁର ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ମାନସିକ ବିକାରଗ୍ରସ୍ତ ଅଜ୍ଞାତ ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ । ହତ୍ୟାକାଣ୍ଡର ଅଭିଯୁକ୍ତ ବାଣପୁର ଥାନା ବଡ଼ ହନ୍ତୁଆଡ଼ ଗ୍ରାମର ଚୈତନ୍ୟ ନାୟକ ଓରଫ ରବି (୩୦)କୁ ଗିରଫ କରି ଅଦାଲତ ଚାଲାଣ କରିଛି ବାଣପୁର ପୁଲିସ । ଏ’ ନେଇ ମଙ୍ଗଳବାରେ ବାଣପୁର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇଛନ୍ତି ।
ଗତ ଗୁରୁବାର ସକାଳେ ବାଣପୁର ଗାଲୁଆ ଛକ ନିକଟସ୍ଥ ଏକ ଅଳିଆ ଗଦା ନିକଟରେ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ପଞ୍ଚନାମା କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ତଦନ୍ତ ସମୟରେ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବାରେ, ମହିଳା ଜଣଙ୍କ ଖାଉଥିବା ବେଳେ ଜଣେ ଯୁବକ ଅତି ବିଭତ୍ସ ଭାବେ ଏକ ଖଣ୍ଡାରେ ମହିଳାଙ୍କୁ ବାରମ୍ବାର ଚୋଟ ମାରିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଫଳରେ ମହିଳା ଜଣଙ୍କ ଚେତାଶୂନ୍ୟ ହୋଇପଡିଥିଲେ । ଏପରିକି ଖଣ୍ଡାରେ ଆକ୍ରମଣ କରିବା ପରେ ମଧ୍ୟ ମହିଳା ଜଣଙ୍କର ମୃତ୍ୟୁ ସମ୍ପର୍କରେ ନିଶ୍ଚିତ ହେବା ପାଇଁ ହତ୍ୟାକାରୀ ଜଣଙ୍କ ନିକଟରେ ଛପି ରହିଥିଲା ।


















