୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ନୟାଗଡ଼ଜିଲ୍ଲାର ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ଯମିକ ସ୍କୁଲ ସମୂହରୁ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ନେଇ ହୋଇଥିବା ସଂଘର ସଭପତି ଭାସ୍କର ଚଂଦ୍ର ପ୍ରଧାନଂକ ନେତୃତ୍ବରେ ରଣପୁର ମଣିନାଗ ଦେବୀଙ୍କ ପୀଠରେ ଏକ ସଭା ର ଆୟୋଜନ କରାଯାଇ ଥିଲା । ଏହି ସଭାରେ ନୟାଗଡ଼ ଜିଲ୍ଲା ର ୪୦ଜଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମ ଚାରୀ ଯୋଗ ଦେଇଥିଲେ । ଉପରୋକ୍ବର୍ଗର ବିଭିନ୍ନ ଅନୁଷ୍ଠାନ ରେ ଦୀର୍ଘ ୩୦ରୁ ୩୫ ବର୍ଷ ଲେଖାଏଁ ଅଳ୍ପ ପାରିଶ୍ରମିକରେ ଶିକ୍ଷକତା ଭଳି ଏକ ମହତସେବାରୁଅବସର ନେବାପରେ ସରକାରଙ୍କ ତରଫରୁ କୌଣସି ପ୍ରକାର ଅବସର କାଳୀନ ସୁବିଧା ସୁଯୋଗ ନ ପାଇ ସାରା ରାଜ୍ଯ ରେ ୪୦୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଓ କର୍ମ ଚାରୀ ଅତି ଦୟନୀୟ ଅବସ୍ଥା ରେ ଜୀବନ ଯାପନ କରୁଛନ୍ତି ।

ଏପରିକି ଆମ ଲୋକପ୍ରିୟ ମୂଖ୍ଯ ମନ୍ତ୍ରୀଙ୍କ ଦ୍ବାରା ରାଜ୍ଯ ର ବରିଷ୍ଠ ନାଗରିକ ମାନଂକ ପାଇଁ କରାଯାଇ ଥିବା ଅନେକ ଯୋଜନା ରୁ ଏହି ଭଳି ହତଭାଗ୍ୟ ମାନେ ସଂପୂର୍ଣ୍ଣ ବଂଚିତ । ବୟସର ଅପରାହ୍ନରେ ବିଭିନ୍ନ ରୋଗରେ ପୀଡିତ ହୋଇ ଔଷଧ କିଣିବା ପାଇଁ ଅକ୍ଷମ । ସମାଜରେ ନିଷ୍ପେଷିତ । ଏପରିକି ୪୦୦ରୁ ଅଧିକ ଶିକ୍ଷକ ଅବସର ନେଇ ମରଣ ମୁଖରେ ପଡିଲେଣି । ସେମାନଙ୍କର ପିଲାମାନେ ଦୟନୀୟ ଜୀବନ ଯାପନ କରୁଛନ୍ତି ।

ଏ ସଂପର୍କ ରେ ରାଜ୍ଯ ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ମୂଖ୍ଯ ମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିଧାୟକ,ମୁଖ୍ଯ ସଚିବ, ଶିକ୍ଷା ସଚିବ ଆଦିଂକୁ ଅବସର ପରବର୍ତ୍ତୀ ସୁବିଧା ସୁଯୋଗ ପ୍ରଦାନ ନିମଂତେ ଦାବୀ ପତ୍ର ପ୍ରଦାନ କରାଯାଇଥିଲେ ମଧ୍ଯ ଏ ଯାବତ କିଛି ସୁବିଧା ଦିଆଯାଇ ନାହିଁ । ତେବେ ତା୨୧ । ୦୭। ୨୦୨୩ରିଖରେ ସଂଘ ନିଷ୍ପତ୍ତି ଅନୁଯାୟୀ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମୁଖ୍ଯ ମନ୍ତ୍ରୀଂକ ଉଦେଶ୍ଯ ରେ ଦାବୀ ପତ୍ର ପ୍ରଦାନ କରାଯିବ। ଆମମାନଙ୍କର ଦାବୀ ପୂରଣ ନିମଂତେ ସରକାରଙ୍କ ତରଫରୁ ପଦକ୍ଷେପ ନିଆ ନଗଲେ ବିଧାନସଭା ଅଧିବେଶନ ବେଳେ ଆମରଣ ଅନଶନ ସହିତ ଧାରଣା ଦିଆଯିବ ।














