୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଆର,ଉଦୟଗିରି ବ୍ଳକ ମହେନ୍ଦ୍ରଗଡ ସ୍ଥିତି ଛେଳିଗଡ ଜଳ ପ୍ରକଳ୍ପ କାର୍ଯ୍ୟାଳୟକୁ ଘେରିଛନ୍ତି ଶହଶହ ବିସ୍ଥାପିତ ପରିବାର । ବିଭିନ୍ନ ଦାବି ନେଇ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କନପାତ କରୁନଥିବାରୁ ଏପରି ପରିସ୍ଥିତି ଉପୁଛି । ଲୋକେ ବିଭିନ୍ନ ପ୍ରକାର ନାରାବାଜି ଦେଇ ପ୍ରକଳ୍ପ କାର୍ଯ୍ୟାଳୟରେ ପସିଥିଲେ ଶହ ଶହ ବିସ୍ଥାପିତ ପରିବାର ମହିଳା ଓ ପୁରୁଷ ।

ଦୀର୍ଘ ୩ ଘଣ୍ଟାଧରି ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଲାଗିରହିଥିଲା । ଖବର ପାଇ ଆର,ଉଦୟଗିରି ଅତିରିକ୍ତ ତହସିଲଦାର ରାଜେଶ କୁମାର ମହାପାତ୍ର କାର୍ଯ୍ୟାଳୟରେ ପହଞ୍ଚି ଉତ୍ତେଜନା ଲୋକସହ ଆଲୋଚନା କରା ସମସ୍ୟାର ସମାଧାନ ପାଇଁ ଏକ ସତାହିକ ଭିତରେ ଜିଲ୍ଲାପାଳ ସମାଧାନ କରିବେ ବୋଲି ପ୍ରତିଶୃତି ପରେ ବିସ୍ଥାପିତ ପରିବାରମାନେ କାର୍ଯ୍ୟାଳୟରୁ ହଟିଥିଲେ ।
















