ସୋସିଆଲ ମିଡିଆରେ ସକ୍ରିୟ ହେବାକୁ ଆହ୍ୱାନ
ନୟାଗଡ଼ ବ୍ଲକର ୨୯ ଟି ପଞ୍ଚାୟତ ଅଧିନରେ ରହିଥିବା ସମସ୍ତ ଗାଁରେ ନବୀନ ବିକାଶକୁ କିଭଳି ଋପରେଖ ଦିଆଯିବ, ତାହା ଉପରେ ଆଲୋଚନା କରିଥିଲେ ।
୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ନୟାଗଡ଼ ବିଜୁ ଜନତା ଦଳର ପକ୍ଷରୁ ଏକ ସାଂଗଠନିକ ଆଲୋଚନା ପର୍ବ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ପ୍ରଥମେ ବିଜେଡି କୃଷକ ଦଳ ସଭାପତି ସ୍ୱର୍ଗତ ଜଗନ୍ନାଥ ପଣ୍ଡାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ ।

ବିଜୁ ଜନତା ଦଳ ସାଂଗଠନିକ ସ୍ଥିତିକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନୟାଗଡ଼ ବ୍ଲକର ୨୯ ଟି ପଞ୍ଚାୟତ ଅଧିନରେ ରହିଥିବା ସମସ୍ତ ଗାଁରେ ନବୀନ ବିକାଶକୁ କିଭଳି ଋପରେଖ ଦିଆଯିବ, ତାହା ଉପରେ ଆଲୋଚନା କରିଥିଲେ । ଗାଁର ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱତି କରିବା ଉପରେ କର୍ମୀଙ୍କ ମତ ଲୋଡ଼ିଥିଲେ । ସରପଞ୍ଚମାନେ କର୍ମୀଙ୍କ ସହ ଆଲୋଚନା କରି ହେବାକୁ ଥିବା ଉନ୍ନୟନ ମୂଳକ ଚିଠା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବିକାଶ ମୂଳକ କାର୍ଯ୍ୟ ଶୀଖର ଛୁଇଁଥିବା ବେଳେ ବିଭିନ୍ନ ଗାଁକୁ ସହର ସୈାନ୍ଦର୍ଯ୍ୟ ଦିଆଯିବା ନେଇ ଯୋଜନା ପ୍ରସ୍ତୁତ କରାଯିବା ନେଇ ଆଲୋଚନା କରିଥିଲେ ।ଏହା ସହିତ ସରକାରଙ୍କ ଜନହିତକର ଯୋଜନା ଓ ଲୋକପ୍ରିୟତାକୁ ସୋସିଆଲ ମିଡିଆରେ ସକ୍ରିୟ ରହି ଆଲୋଚନାକୁ ଆଣିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,
















