୦୬ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :- ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ରାହୁଳହଜ କୃଷ୍ଣଚନ୍ଦ୍ର ଶତପଥୀଙ୍କ ଘରର ଝରକା ତାଡି ଲୁଟ କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ଦୁହେଁ ବରିଷ୍ଠ ନାଗରିକ । ଦୁହେଁ ଘରେ ଶୋଇଥିଲା ବେଳେ ଲୁଟେରାମାନେ ସୁଯୋଗ ନେଇ ଲୁଟିନେଲେ । ଲୁଟେରାମାନେ ଘରର ଝରକା ତାଡି ଘର ଭିତରେ ପଶି ଆଲମାରୀ ଓ ଟ୍ରଙ୍କ ବାକ୍ସ ଭାଗିଂ ସୁନାରୂପା ଅଳଙ୍କାର ସହିତ ଟଙ୍କା ଲୁଟିନେଇଛନ୍ତି ।

ଲକ୍ଷାଧିକ ଟଙ୍କାର ଲୁଟ ହୋଇଥିବା ଜଣାପଡିଛି । ଖବର ପାଇ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି. ସାଇଣ୍ଟିଫିକ ଟିମ ଆସି ପହଞ୍ଚି ତଦନ୍ତ କଲେ କିଛି ସୁରାକ ମିଳି ପାରିବ ବୋଲି ପୋଲିସ ସୂଚନାରୁ ଜଣାପଡିଛି । ନିରାକାରପୁର ପୋଲିସର ଢିଲା ପେଟ୍ରୋଲିଂ ଅଭାବରୁ ଅଂଚଳରେ ଲୁଟେରା ମାନେ ସୁଯୋଗ ଉଣ୍ଡି ଲୁଟ କରୁଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ନାଗରିକ ।














