୩ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :- ବେଗୁନିଆ ବ୍ଲକ ସିମୋର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଁପୁର ଶ୍ରୀ ଶ୍ରୀ ଶିରିଡି ସାଇ ମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି।ଏ ନେଇ ସୋମ ବାର ଅପରାହ୍ନରେ”ବିଶ୍ୱ ସଂସ୍କୃତିରେ ଗୁରୁ ମାହାତ୍ମ୍ୟ”ଶିର୍ଷକ କବିତା ପାଠ ଓ ଆଲୋଚନା ଚକ୍ରରେ ସମାଜସେବୀ ବ୍ରଜ ବନ୍ଧୁ ପଣ୍ଡା ପୌରୋହିତ୍ୟ କରିଥିଲେ। ପ୍ରାରମ୍ଭରେ ମହର୍ଷି ବ୍ୟାସଦେବ ଓ ପ୍ରଭୁ ସାଇନାଥଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ସହ ଶିକ୍ଷକ ସନ୍ତୋଷ କୁମାର ମହାପତ୍ର ମଙ୍ଗଳାଚରଣ ପାଠ କରିଥିଲେ।କାର୍ଯ୍ୟକ୍ରମ ଆବାହକ ସାଇଭକ୍ତ ଅଭିମନ୍ୟୁ ବେହେରା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ। ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ କାର୍ଯ୍ୟକ୍ରମସଂଯୋଜନା କରିବା ସହ ଗୁରୁ ବନ୍ଦନା ଗୀକା ଗାନ କରିଥିଲେ।ଏଥିରେ ଛତ୍ରପୁର ସରକାରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ଅଖିଳେଶ ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି ଓ ବାଗ୍ମୀ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଯୁଗେ ଯୁଗେ ବିଶ୍ୱ ସଂସ୍କୃତିକୁ ଗୁରୁ ପରମ୍ପରା ରୁଦ୍ଧିମନ୍ତ କରି ଆସିଛି ବୋଲି ମତବ୍ୟକ୍ତ କରିଥିଲେ।ଆଜିରଦିବସରେ ମହର୍ଷି ବେଦବ୍ୟାସଙ୍କ ଜନ୍ମ ଭାରତୀୟଗୁରୁକୁଳକୁ ଅତ୍ୟନ୍ତ ଗୌରବାନ୍ବିତ କରିଛି ବୋଲି କହିଥିଲେ।ଏହି ଅବସରରେ କବି ପ୍ରସନ୍ନ ମଣ୍ଡଳଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ଓ ଆଲୋଚନା ଚକ୍ରରେ କବୟତ୍ରୀ ଗୀତାଞ୍ଜଳି ମହା ପାତ୍ର,ସମାଜସେବୀ ଭାଗବତ ମହାପାତ୍ର,ବସନ୍ତ କୁମାର ହୋତା,ଅର୍ଜୁନ ବେହେରା, ମହେନ୍ଦ୍ର ମାର୍ଥା,ଦିବ୍ୟସିଂହ ରଣା, ଶ୍ରୀବତ୍ସ ପାଣିଗ୍ରାହୀ, ଅଶ୍ୱନୀ କୁମାର ପଟ୍ଟନାୟକ, ବୁଦ୍ଧଶ୍ୱର ବେହେରା,ନୀଳମଣି ପ୍ରଧାନ,ସାରଥୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସାଇଭକ୍ତ ବିଚିତ୍ରାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।














