• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନେଦରଲ୍ୟାଣ୍ଡସରେ ମହାସମାରୋହରେ ରଥଯାତ୍ରା ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
July 3, 2023
in ଓଡ଼ିଶା, ଦେଶ, ହୋମ୍
0
Netherlands Hosts First Ever Car Festival at Almere
Share on FacebookShare on TwitterWhatsapp

୩ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆଲମେରେ :-  ରିଖ ନେଦରଲ୍ୟାଣ୍ଡସର ଆଲମେରେ ନଗରରେ ମହାସମାରୋହରେ ରଥ ଯାତ୍ରା ଉତ୍ସବ ପାଳନ କରାଯାଇଛି । ଓଡ଼ିଆ ସୋସିଓ କଲଚରାଲ ଆସୋସିଏସନ, ନେଦରଲ୍ୟାଣ୍ଡସ (ଓସକାନ) ଦ୍ଵାରା ଏହି ରାଷ୍ଟ୍ରରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଘୋଷଯାତ୍ରା ମହୋତ୍ସବକୁ କେନ୍ଦ୍ର କରି ଉଭୟ ସଂଗଠକ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ, ଅସୀମ ଉନ୍ମାଦନା ଏବଂ ଅଫୁରନ୍ତ ଉଦ୍ଦୀପନା ଦେଖାଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ନେଦରଲ୍ୟାଣ୍ଡସର କୋଣ ଅନୁକୋଣରୁ ଶତାଧିକ ଓଡ଼ିଆ ଏବଂ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାରବର୍ଗ ଓ ବନ୍ଧୁପରିଜନଙ୍କ ସହିତ ଆସି ବଢ଼ି ଚଢ଼ିକି ରଥ ଟଣା ଏବଂ ଭଜନ କୀର୍ତ୍ତନରେ ଭାଗ ନେବାର ଦୃଶ୍ୟ ହୃଦୟସ୍ପର୍ଶୀ ଥିଲା ।

ରଥଯାତ୍ରା ଦିନ ସକାଳେ ଆଲମେରେର ଆଉଦ୍ରେହେପବର୍ଣ୍ଣସ୍ତ୍ରାଟଠାରେ ବିରାଜମାନ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ପୂଜକଙ୍କ ଦ୍ୱାରା ସ୍ବତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା । ଏହାପରେ ଠାକୁର ମାନଙ୍କୁ ରଥ ଉତ୍ସବର ସ୍ଥଳ ଦି ରୁଇମଟ ପ୍ରେକ୍ଷାଳୟକୁ ଅଣାଯାଇଥିଲା । ଏହି ଉପଲକ୍ଷେ ସଭାଗୃହକୁ ରଙ୍ଗବେରଙ୍ଗର ପିପିଲି ଚାନ୍ଦୁଆ, ବିଭିନ୍ନ ପ୍ରକାର ଫୁଲ, ଆମ୍ବପତ୍ର, ଚିତା, ମୁରୁଜ ଦ୍ଵାରା ଅତ୍ୟନ୍ତ ଚିତ୍ତାକର୍ଷକ ଭାବେ ସଜ୍ଜାଯାଇଥିଲା। ସମଗ୍ର ପରିବେଶଟି ଆଧ୍ୟାତ୍ମିକ ଓ ଭକ୍ତିପୂତ ଉତ୍ସ୍ୱାସରେ ଭରି ଉଠିଥିଲା ।

ଦିଅଁମାନଙ୍କୁ ପ୍ରେକ୍ଷାଳୟର ମଧ୍ୟ ଭାଗରେ ଶୋଭାପାଉଥିବା ସୁନ୍ଦର ଓ ସୁସଜ୍ଜିତ ରଥ ଉପରକୁ ଧାଡୀ ପହଣ୍ଡି କରି ନିଆଯାଇଥିଲା । ଉପସ୍ଥିତ ଦର୍ଶକ ମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ଭଜନ, କୀର୍ତ୍ତନର ମୃଦ୍ୟୁମନ୍ଦ ଆବାଜରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା । ଏହାପରେ ରଥ ଉପରେ ଜୀଉ ମାନଙ୍କର ଆରତୀ ଅନୁଷ୍ଠିତ ହୋଇଥିଲା । ଦିନ ସାଢେ ୧୨ଟା ସମୟରେ ବହୁ ଆକାଂକ୍ଷିତ ଓ ଦୀର୍ଘ ପ୍ରତିକ୍ଷିତ ରଥଟଣା ପର୍ବ ଆରମ୍ଭ ହୋଇଥିଲା ।

ମହାବାହୁ ତଥା ତାଙ୍କର ଭାଇ ଓ ଭଉଣୀ ବିଜେ କରିଥିବା ରଥଟିକୁ ଅଡିଟୋରିୟମର ଚତୁର୍ପାଶ୍ୱରେ ଦୀର୍ଘ ଏକ କିଲୋମିଟର ପରିଧି ମଧ୍ୟରେ ବୁଲାଯାଇ ପୁଣି ଉତ୍ସବ ସ୍ଥାନକୁ ଫେରାଇ ଅଣା ଯାଇଥିଲା । ନେଦରଲ୍ୟାଣ୍ଡସର ରାଜରାସ୍ତାରେ ରାଜକୀୟ ଠାଣିରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ରଥ ଗଡି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା । ଏହି ଅବସରରେ ହେଗସ୍ଥିତ ଭାରତୀୟ ଦୂତାବାସର ଡେପୁଟି ଚିଫ୍ ମିଶନ ଶ୍ରୀ ଜିନ୍ସ ମତ୍ତମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପାରମ୍ପାରିକ ପ୍ରଦୀପ ପ୍ରଜ୍ବଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ରଥଯାତ୍ରା ଉତ୍ସବ ଉପଲକ୍ଷେ ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କ ମଧ୍ୟରେ ଜଗନ୍ନାଥ ଭଜନ ଓ ଓଡ଼ିଆ ସଙ୍ଗୀତଗାୟନ, ଓଡ଼ିଶୀ ଓ ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶନ ତଥା ଶିଶୁ କଳାକାରମାନଙ୍କ ଦ୍ବାରା ବାଦ୍ୟ ଯନ୍ତ୍ର ପରିବେଷଣ ଆଦି ଖୁବ ମନୋରଞ୍ଜକ ଥିଲା । ଓସକାନର ସଦସ୍ୟ ମାନଙ୍କ ଦ୍ଵାରା ମଞ୍ଚସ୍ଥ ଭକ୍ତର ଭଗବାନ – ଦାସିଆ ବାଉରୀ ନାଟକରେ କଳାକାର ମାନଙ୍କର ଅଭିନୟ ଖୁବ ଜୀବନ୍ତ ଓ ନିଖୁଣ ଥିଲା ତଥା ଦର୍ଶକମାନଙ୍କୁ ଭାବବିହ୍ୱଳ କରିଦେଇଥିଲା । ଜଗନ୍ନାଥ ସଂସ୍କୃତିରେ ବଡ଼ ଠାକୁର ରାଜାପ୍ରଜା, ଧନୀଦରିଦ୍ର, ଦୁର୍ବଳ ସବଳ ନିର୍ବିଶେଷରେ ସମସ୍ତଙ୍କର ବୋଲି ଏହି ନାଟକରେ ମୁଖ୍ୟତଃ ଦର୍ଶାଯାଇଥିଲା । ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଏବଂ ପାରମ୍ପାରିକ ପୋଷାକ ପ୍ରତିଯୋଗିତା ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ।

ଶେଷରେ ଆଗନ୍ତୁକ ମାନଙ୍କୁ ଚାରକୋଲ କ୍ୟାଟରିଙ୍ଗ ଦ୍ଵାରା ପ୍ରସ୍ତୁତ ସ୍ଵାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ଯଥା ଘିଅ ଅନ୍ନ, ଡାଲମା, ବେସର, ଶାଗ, ଖଟା, ଚୁଡ଼ାଘସା, ଟଙ୍କତୋରାଣି ଓ ରସଗୋଲା ପରସା ଯାଇଥିଲା । ସମଗ୍ର ରଥଯାତ୍ରା ଉତ୍ସବ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ମାର୍ଗଦର୍ଶନରେ ସମ୍ପନ୍ନ କରାଯାଇଥିଲା । ମହୋତ୍ସବକୁ ସୂଚାରୁ ରୂପେ ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ ଓସକାନର ସୁଦକ୍ଷ ସଂଗଠକବୃନ୍ଦ ଯଥା ସଭାପତି ଶାଶ୍ଵତ ପାଢ଼ୀ, ସଦସ୍ୟଗଣ ସୁଶିଲ ଦାସ ମହାପାତ୍ର,

ଅଂଶୁମାନ ମିଶ୍ର, ପରିତୋଷ ମହାପାତ୍ର, ନୀଳମାଧବ ମିଶ୍ର, ସୋମନାଥ ଲେଙ୍କା, ଲୋପାମୁଦ୍ରା ନାୟକ, ଦୀପକ ପରିଡ଼ା, ଦେବଦତ୍ତ ଦାସ, ଅରବିନ୍ଦ ଘଡାଇ ଏବଂ ଶୁଭେନ୍ଦୁ ଆଚାର୍ଯ୍ୟ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଚଳିତବର୍ଷର ପ୍ରଥମ ରଥଯାତ୍ରାକୁ ଆୟୋଜନ କରିବାରେ ଏ.ଏ.ଓ.ଏନ୍. ଏକ୍ସ.ଟି, ନୋବେଲ ମୋର୍ଟଗେଜେସ, ଗୀକ୍ ସଫ୍ଟ କନସଲଟିଙ୍ଗ, ପ୍ରିଲକ କନସଲଟିଙ୍ଗ, ଇଟିଆ କନସଲଟିଙ୍ଗ ଓ ଇନୋଭରେନ୍ ଆଇଟି ପ୍ରମୁଖ ସଂସ୍ଥା ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

June 15, 2026
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version