୨୩ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ନିର୍ବାଚନ ମଣ୍ଡଳୀର ଚଉପଡ଼ା ଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ କେନାଲ ବନ୍ଦ ରାସ୍ତା ନିର୍ମାଣ ଲାଗି କବିର ଚଉରା ହାଟ ଠାରେ ସ୍ଥାନୀୟ ବିଧାୟକ ଡକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ଦ୍ଵାରା ଭିତି ପ୍ରସ୍ତର ଶିଳାନ୍ୟାସ କରାଯାଇଛି ।
ଏହି ଶିଳାନ୍ୟାସ ଉତ୍ସବରେ ଝାରପଡ଼ା ର ସମିତି ସଭ୍ୟ ଜଗନ୍ନାଥ ସାହୁ ସରପଂଚ – ଇତିଶ୍ରୀ ବେହେରା , ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ , ଜିଲ୍ଲା ପରିଷଦ ସଭ୍ୟ – ପିଉସ ରଞ୍ଜନ ମିଶ୍ର , କ୍ରୀଷ୍ଣାରାଣୀ ମିଶ୍ର ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ ଥିଲେ ।














