୧୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର କାଠଯୋଡ଼ି ବାଟିକା ପକ୍ଷରୁ ଚଳିତବର୍ଷ ନୂତନ କରି ରଥଯାତ୍ରାର ଆୟୋଜନ କରାଯାଇଛି । ଏହି ଅବସରେ ନୂତନ ଜଗନ୍ନାଥ ମନ୍ଦିରରେ ମା ବିମଳା ଓ ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଆଜି ଏହି ଉପଲକ୍ଷେ ମହିଳାମାନେ ଘଣ୍ଟ , ବାଜା ବଜେଇ କଳସ ବୁଡାଇବା ପାଇଁ ନିକଟସ୍ଥ କାଠଯୋଡ଼ି ନଦୀକୁ ଯାଇଥିଲେ ।
ସେଠାରେ ପୂଜକ ସଞୟ ଦାଶ ପୂଜା ଅର୍ଚ୍ଚନା କରିବା ପରେ ମହିଳା ଶ୍ରଦ୍ଧାଳୁ ମାନେ କାଠଯୋଡ଼ି ନଦୀରେ କଳସ ବୁଡାଇ ଶୋଭାଯାତ୍ରାରେ ଆସି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ । ଏହି ଅବସରରେ ହୋମଯଞ ଅନୁଷ୍ଠିତ ହୋଇଛି ।
କର୍ତ୍ତା ବୁଦ୍ଧନାଥ ନାୟକ ଓ କର୍ତ୍ତୀ ପ୍ରଭାସିନୀ ନାୟକ ଯଞରେ ବସିଥିଲେ । ଆସନ୍ତା କାଲି ନୂତନ ଭାବେ ନିର୍ମାଣ କରାଯାଇଥିବା ରଥ ଟଣାଯିବ । ଏହି ଦୃଶ୍ୟ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେବାର ଆଶଂକା ରହିଛି । ଏହି କାର୍ଯ୍ୟରେ ମନ୍ଦିର ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

© 2023 Odisha Taza News.