No Result
View All Result
୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :- ଖୋର୍ଦ୍ଧା ଜିଲ୍ଲା ବାଣପୁର ମାଆ ଭଗବତୀ ଙ୍କ ପୀଠ ରେ ରଜ ଉତ୍ସବ ଅନୁଷ୍ଠିତ। ବୁଧୁବାର ଦିନ ପହଲି ରଜ ର ସକାଳୁ ମାଆ ଙ୍କୁ ସୁବାସିତ ଜଳରେ ଅଙ୍ଗ ମର୍ଦ୍ଧନ ପରେ ବାରରଙ୍ଗୀ ପାଟ ପିନ୍ଧି ନାନାଦି ଅଳଙ୍କାର ପିନ୍ଧି ରଜ ସଜ ହୋଇ ରଜ ପାଳିଛନ୍ତି ମାଆ ଭଗବତୀ । ଶନିବାର ଦିନ ବସୁମତୀ ସ୍ନାନ ପରେ ପୁଣି ସୁବାସିତ ଜଳ ରେ ଗାଧେଇ ସମ୍ପୂର୍ଣ ଶରୀର ସ୍ବର୍ଣ୍ଣରେ ସଜାଇ ହୋଇ ରାଜ ରାଜେଶ୍ୱରୀ ବେଶ ରେ ଭକ୍ତ ମାନଙ୍କ ପାଖରେ ଦର୍ଶନ ଦେବା ସହ ବାଣପୁର ତଥା ବାଣପୁର ପାଖ ଶ୍ରଦ୍ଧାଳୁ ମାନେ ଆଜି ସନ୍ଧ୍ୟା ରେ ମାଆ ଦର୍ଶନ ପାଁଇ ଭିଡ଼ ଜମାଇ ଥିବା ବେଳେ ମନ୍ଦିର ତଥା ବାଣପୁର ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଠାରୁ ପ୍ରକାଶ ।


No Result
View All Result