• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହେଲ୍ପ ମିଶନ ଟ୍ରଷ୍ଟ ପକ୍ଷରୁ ରଣପୁରରେ ନୂତନ ଥର ପାଳନ ହେଲା ରଜ ମହୋତ୍ସବ

Proprietor Abhimanyu Maharana by Proprietor Abhimanyu Maharana
June 15, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍
0
ହେଲ୍ପ ମିଶନ ଟ୍ରଷ୍ଟ ପକ୍ଷରୁ ରଣପୁରରେ ନୂତନ ଥର ପାଳନ ହେଲା ରଜ ମହୋତ୍ସବ
Share on FacebookShare on TwitterWhatsapp

କୁଆଁରୀ ଝିଅ ଓ ବୋହୂ ମାନେ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦୀ ପାଦରେ ଅଳତା ଲଗାଇ ଦୋଳିରେ ଝୁଲି ଗୀତ ଗାଉଛନ୍ତି । ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟୁ ଲୋ ଦିଶେ ଭାରି ଝଟଝଟ । ଏହି ଗୀତରେ କମ୍ପୁଛି ରଣପୁର ର ପ୍ରତିଷ୍ଠିତ ଦେବୀ ମା ମଣୀନାଗ ଙ୍କ ପୀଠ ପରିବେଶ ।

୧୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ଓଡ଼ିଶା ର ପାରମ୍ପାରିକ ତଥା ଗଣପର୍ବ ‘ରଜ’ ସମସ୍ତ ଓଡ଼ିଆଙ୍କ ପ୍ରିୟ ପର୍ବ । ଓଡ଼ିଶା ର କୋଣ ଅନୁକୋଣ ରେ ଗଣ ପର୍ବ ରଜ କୁ ପାରମ୍ପରିକ ଢଙ୍ଗ ରେ ପାଳିତ ହେଉଥିବା ବେଳେ ୠତୁମତି ମାଟି ମା କୁ ସମ୍ମାନ ଦେଇ ଚାଷ ଏବଂ ଭୂମି ଖୋଦନ କାର୍ଯ୍ୟ କୁ ନିବୃତ ରଖା ଯାଇଥାଏ । ଏତଦବ୍ୟତୀତ ଘରେ ଘରେ ଝିଅ ବୋହୂ ମାନେ ସଜ ବାଜ ହୋଇ ବିଭିନ୍ନ ପିଠା ପଣା ଖାଇ ରଜର ମଉଜ ଉଠାଇଥାନ୍ତି

ଏଭଳି ଏକ ପାରମ୍ପାରିକ ରଜ ପର୍ବ ରଣପୁର ଅଞ୍ଚଳରେ ଦୀର୍ଘ ବର୍ଷ ପୂର୍ବରୁ ପାଳିତ ହେଉଥିଲା ଏବଂ ସମୟନୁସାରେ ଏଥିରେ ମଧ୍ୟ ବ୍ୟତିକ୍ରମ ଦେଖାଯାଇଥିଲା ଏବଂ ଏଠାରେ ରଜ ମହୋତ୍ସବ କୁ ବନ୍ଦ କରି ଦିଆଯାଇଥିଲା । ତେବେ ଦୀର୍ଘ ବର୍ଷ ପରେ ଚଳିତ ବର୍ଷ ରାଜ୍ୟ ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ହେଲ୍ପ ମିଶନ ଟ୍ରଷ୍ଟ ତରଫରୁ ରଜ ମଉଜ ଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି ।

ଏହି ରଜ ମଉଜ -୨୦୨୩ କାର୍ଯ୍ୟକ୍ରମ ଟି ରଣପୁର ର ପ୍ରତିଷ୍ଠିତ ଦେବୀ ମା ମଣୀନାଗ ଙ୍କ ପୀଠ ଠାରେ ଅନୁଷ୍ଠିତ କରାଯାଇଥିଲା । ବିଗତ ବହୁ ବର୍ଷ ଧରି ରଜ ମହୋତ୍ସବ ଏଠାରେ ବନ୍ଦ ଥିବା ବେଳେ ଚଳିତ ବର୍ଷ ରଜରେ ଝିଅ ବୋହୂ ମାନେ ଭରପୂର ଆନନ୍ଦ ଉଠାଇବା ପାଇଁ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ଠାରୁ ମନରେ ନୂତନ ଆଶା ସଞ୍ଚାର କରି ହେଲ୍ପ ମିଶନ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ଓ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ସମାଜସେବୀ ନମ୍ରତା ସିଂ ଦେଓ ମତବ୍ୟକ୍ତ କରିଛନ୍ତି ।

ତାଙ୍କ କହିବା ଅନୁସାରେ ଏ ବର୍ଷ ଠାରୁ ହେଲ୍ପ ମିଶନ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ରଜ ମଉଜ ଉତ୍ସବ ଆୟୋଜନ କରାଯିବ ।ବିଗତ କିଛି ବର୍ଷ ରଜ ପର୍ବ ବନ୍ଦ ହୋଇ ଆସୁଥିବା ବେଳେ ଆମର ଏକ ନୂଆ ପ୍ରୟାସ ଜାରି ରହିବ । ଆମର ଓଡ଼ିଆ ପରମ୍ପରା କୁ ବଞ୍ଚେଇ ରଖିବା ଆମର କର୍ତ୍ତବ୍ୟ । ଆମର ଆଗାମୀ ଯୁବ ପିଢି କୁ ଅନୁପ୍ରାଣିତ କରିବା ବି ଆମ କର୍ତ୍ତବ୍ୟ ।

ରଜ ମଉଜ ଉତ୍ସବରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । ସେଥିମଧ୍ୟରୁ ମ୍ୟୁଜିକ୍ ଚେୟାର ,ପୁଚି, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଭା କୁ ଉତ୍ସାହିତ କରାଯାଇଥିଲା । ପିଲା ମାନଙ୍କୁ ଟିଫିନ୍ ଏବଂ ଆମ୍ବପଣା ବଣ୍ଟା ଯାଇଥିଲା । ରଜ ର ଏକ ନିଆରା ପରମ୍ପରା ହେଉଛି ‘ ରଜ ପାନ ‘ । ଏବଂ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଝିଅ ବୋହୂ ମାନେ ରଜପାନ ଖାଇ ରଜ ଦୋଳିରେ ଝୁଲି ପହିଲି ରଜ ର ଭରପୂର୍ ଆନନ୍ଦ ଉଠାଇଥିଲେ ।

କୁନି କୁନି ଛୁଆ ଙ୍କ ଠାରୁ ଆରମ୍ଭ କରି ବୋହୂ ପର୍ଯ୍ୟନ୍ତ ସମସ୍ତେ ଉକ୍ତ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ । ବିଶିଷ୍ଠ ସାମ୍ବାଦିକ ଓଡ଼ିଶା ତାଜା ନ୍ୟୁଜ୍ ର ସମ୍ପାଦକ ଅଭିମନ୍ୟୁ ମହାରଣା ଙ୍କୁ ସମ୍ମାନୀତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ଏବଂ କିଛି ବିଶିଷ୍ଠ ସାମ୍ବାଦିକ ମାନଙ୍କୁ ପୁରସ୍କାର ସହିତ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା ।

ରଥଯାତ୍ରା ଉପଲକ୍ଷେ ଆଗକୁ ବି ଅନେକ୍ ସ୍ପେଶାଲ କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି ମୁଁ ରଣପୁର ମାଟି ର ଝିଅ, ଏଇ ମାଟି ରେ ବଢିଛି । ଏ ମାଟି ପାଇଁ କିଛି କରିବାର ପ୍ରୟାସ ରଖିଛି।  ଚଳଚ୍ଚିତ୍ର ରେ ଅଭିନୟ କରିବା ମୋର ପେସା ହେଲେ ବି ମୋ ମାଟି ପାଇଁ ସେବା କରିବା ମୋର କର୍ତ୍ତବ୍ୟ ବୋଲି ନିର୍ଦ୍ଦେଶିକା ନମ୍ରତା ସିଂ ଦେଓ କହିଛନ୍ତି ।

ରଜ ପର୍ବରେ ପାନ ଖାଇବାର ମଜା ନିଆରା । ପିଲାଠାରୁ ବୁଢ଼ା ସମସ୍ତେ ରଜ ପାନ ଖାଇ ପାଟି ଲାଲ କରି ତାସ ଏବଂ ଲୁଡୁ ଖେଳି ମଜା ନେଇଥାନ୍ତି । ଏହି ପର୍ବରେ ସମସ୍ତଙ୍କ ଘରେ ପୋଡ ପିଠା କରାଯାଇଥାଏ । ବର୍ଷରେ ଯେତେଥର ପୋଡପିଠା ଖାଇଲେ ସୁଦ୍ଧା ରଜରେ ଏହାର ମଜା ଦ୍ୱିଗୁଣିତ ହୋଇଯାଇଥାଏ ।

ଏହି କାର୍ଯ୍ୟକ୍ରମରେ ହେଲ୍ପ ମିଶନ ଟ୍ରଷ୍ଟ ର ସମସ୍ତ କାର୍ଯ୍ୟକର୍ତ୍ତା ଏକତ୍ର ଭାବେ କାମ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଟ୍ରଷ୍ଟ ର ସଦସ୍ୟ ସୁନୀଲ, ରାଜେଶ , ବିଶ୍ୱରଞ୍ଜନ, ଇଶା, ସାଇ, ଡୁଙ୍ଗୁ, ବିବା ଏମାନେ ପ୍ରମୁଖ ଦାୟିତ୍ଵ ନେଇ କାର୍ଯ୍ୟକ୍ରମ ଟିକୁ ସୂଚାରୁ ରୂପେ ସମାପ୍ତ କରିଥିଲେ । ବହୁ କଳାକାର ଓ ବରିଷ୍ଠ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ପ୍ରମୁଖ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

April 30, 2026
ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version