୧୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- ଦାମନଯୋଡି ଠାରୁ ଅନୁଗୁଳ ଯାଉଥିବା ଏକ ମାଲବାହୀ ଟ୍ରେନର କିଛି ବଗି ଅଲଗା ହୋଇଯିବା ଏକ ଅଭାବନୀୟ ଘଟଣା କେସିଙ୍ଗା ରେଳ ଷ୍ଟେସନ ଠାରେ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ଠାରେ ଦାମନଯୋଡିରୁ ଆଲୁମିନା ବୋଝେଇ ହୋଇ ଅନୁଗୋଳ ଯାଉଥିବା ବେଳେ
ମାଲଗାଡିର ମଝି ବଗିରୁ ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଦୁଇ ଗୋଟି ବଗିର ବ୍ୟବଧାନ ସୃଷ୍ଟି ହୋଇଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇ ପାରିଥିବା ଜଣାପଡିଛି । ସ୍ଥାନୀୟ ରେଳ ବିଭାଗ ଓ ଟିଟିଲାଗଡରୁ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।














