୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଠାରେ ଅବସ୍ଥିତ ଅର୍ବାନ ବ୍ୟାଙ୍କ କୁ ଘେରିଲେ ଶ୍ରମିକ କଂଗ୍ରେସର ଅଂଶୀଦାର । ୨୦୨୧ ରେ ଅଂଶୀଦାର ମାନଙ୍କ ଲାଭାଂଶ ପାଇଁ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏକକାଳୀନ ବିଶାଖାପାଟଣା , ସମ୍ବଲପୁର,ମଞ୍ଚେଶ୍ୱର୍ ଓ ଖୋର୍ଦ୍ଧାରୋଡ଼ ଠାରେ ଅବସ୍ଥିତ ଅର୍ବାନ ବ୍ୟାଙ୍କ ଘେରାଉ କରାଯାଇଥିଲା ।
ଦାବି ଥିଲା ଅଂଶୀଦାର ମାନଙ୍କ ଲାଭାଂଶ ୨୦୧୪ ରୁ କଣ ପାଇଁ ଦେଉନ? ଜବାବରେ ସେତେବେଳେ ଡାଇରେକ୍ଟର କହିଥିଲେ ୨୦୧୪ ରୁ ଭୋଟ ହୋଇନି ତେଣୁ ପରିଷଦ ଭଙ୍ଗ ହୋଇଯାଇଛି, ପୁନର୍ବାର ଭୋଟ ହେଲେ ନୂତନ ପରିଷଦ ବସିବାର ୨୪ ଘଣ୍ଟାରେ ଲାଭାଂଶ ଦିଆଯିବ । ଆନ୍ଦୋଳନ ତୀବ୍ରତର ହେବାରୁ ଗତ ମାସରେ ଅର୍ବାନ ବ୍ୟାଙ୍କର ମୁଖ୍ୟ ଘୋଷଣା କଲେ ୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ଲାଭାଂଶ ଜୁନ ମାସ ଆରମ୍ଭରୁ ଦିଆଯିବ । ଅଂଶିଦାର ମାନେ ଏକ ଫର୍ମ ମାଧ୍ୟମରେ ଆବେଦନ ଜୁନ ମାସ ଶେଷ ସୁଦ୍ଧା କରିବେ ।
ଏଠି ପ୍ରଶ୍ନ ଉଠେ ଭୋଟ ହୋଇନି, ନୂଆ ପରିଷଦ ବସିନି କିନ୍ତୁ ଲାଭାଂଶ ଦେବା ପାଇଁ ଘୋଷଣା କଲ କେମିତି..? ଯଦି ଆଜି ଦେଲ ୮ ବର୍ଷ କାଳ ଆମ ଟଙ୍କା କାହିଁକି ରଖିଥିଲ..? ତାର ସୁଧ କିଏ ଦବ? କାହାର କେତେ ଲାଭାଂଶ ଅଛି ତାହା ଲିପିବଦ୍ଧ ଥିବା ଫୋନ୍ ମାଧ୍ୟମରେ ନ ଜଣାଇ ୧୮ ହଜାର ଅଂଶିଦାର ଙ୍କୁ ଆସିବାକୁ କାହିଁକି ବାଧ୍ୟ କରାଯାଉଛି ବୋଲି ସହ ସଂଯୋଜକ ସ୍ବାଧିନ ସୁନିଲ ଭଞ୍ଜ ବ୍ୟାଙ୍କ୍ ମ୍ୟାନେଜର ଙ୍କୁ ପ୍ରଶ୍ନ କରିଥିଲେ ତା ସହିତ ସେଭିଂ ଖାତାରେ ଲାଭାଂଶ ଲିପିବଦ୍ଧ କରିବାକୁ ଦାବି କରିଥିଲେ।
କାର୍ଯ୍ୟରତ ବ୍ୟାଙ୍କ୍ ମ୍ୟାନେଜର ଗାର୍ଡେନରିଚ୍ ରେ ଥିବା ମୁଖ୍ୟ ଅଧିକାରୀଙ୍କ ସହ ବିଚାର ବିମର୍ଶ କରି ଲାଭାଂଶ କୁ ସେଭିଂ ଖାତାରେ ଲିପିବଦ୍ଧ କରିବା ସହିତ ଦୁଇମାସ ଭିତରେ ସମସ୍ତ ଅଂଶୀଦାର ମାନଙ୍କୁ ଫୋନ୍ ମେସେଜ ମାଧ୍ୟମରେ ତାଙ୍କର କେତେ ଅର୍ଥ ଲାଭାଂଶ ମିଳିବ ଜଣାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଦୁଇମାସରୁ ଗୋଟିଏ ସପ୍ତାହ ଡେରି ହେଲେ ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି ଉପସ୍ଥିତ ଅଂଶୀଦାର ମାନେ ଚେତାବନୀ ଦେଇଥିଲେ ।
ଆଜିର ଏହି ଘେରାଉରେ କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ସୁବ୍ରତ ପଣ୍ଡା, ଏ ଶ୍ରୀନିବାସ ରାଓ, ଶରତ ପଣ୍ଡା , ଭି ଏସ ପ୍ରସାଦ, ସଭାପତି ଦୁର୍ଯ୍ୟଧନ ପ୍ରଧାନ, ଶାଖା ସମ୍ପାଦକ ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଗୋପାଳ ଦାସ ,ବିଜେବି ଇନଷ୍ଟିଚ୍ୟୁଟ ସମ୍ପାଦକ ଅକ୍ଷୟ ପ୍ରଧାନ, ନାରୀ ନେତ୍ରୀ ରୁନି ବେହେରା, ଅର୍ପିତା ମହାନ୍ତି ପି ଜାନକୀ, ବିଜୟଲକ୍ଷ୍ମୀ ଦାଶ, ରାକେଶ ଘଡେ଼ଇ ସମେତ ୨୦୦ ରୁ ଉର୍ଦ୍ଧ ଅଂଶୀଦାର ଯୋଗ ଦେଇଥିଲେ ବୋଲି ମିଡିଆ ସେଲ୍ ର ମୁଖ୍ୟ ତଥା ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି ।














