୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା\ଜଟଣୀ :- ବହୁ ପ୍ରତିକ୍ଷିତ ଅଁଳାଯୋଡ଼ି ବେଣାପଞ୍ଜରି ରାସ୍ତାର ଭିତି ପ୍ରସ୍ତର ସ୍ଥାପନ, କାର୍ଯ୍ୟର ଶୁଭାରମ୍ଭ ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶ୍ରୀ ସାମନ୍ତରାୟ ଅଁଳାଯୋଡି ପ୍ରାଥମିକ ବିଦ୍ୟାଳୟ ଠାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଶୁଭ ଦ୍ଦେଇଥିଲେ ।
ପ୍ରକାଶ ଥାଉକି ଅଁଳାଯୋଡ଼ି – ଛତିପୁର – ବେଣାପଞ୍ଜରି ରାସ୍ତା ଯାହାକି ତିନି ବ୍ଲକ ତିନି ନିର୍ବାଚନ ମଣ୍ଡଳୀର ଏହି ତିନି ଗାଁ ଯଥା ଅଁଳାଯୋଡି ଗ୍ରାମଟି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଣାସ ବ୍ଲକ ଅନ୍ତର୍ଗତ ହୋଇଥିବା ବେଳେ ଛତିପୁର ଗ୍ରାମ ହେଉଛି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ନନ୍ଦପୁର ପଞ୍ଚାୟତର ।
ସେହିପରି ବେଣାପଞ୍ଜରୀ ଗ୍ରାମ ହେଉଛି ଜଟଣୀ ନିର୍ବାଚନ ମଣ୍ଡଳୀ ଜଟଣୀ ବ୍ଲକର । ଯେଉଁଥିପାଇଁ ସ୍ଵାଧୀନତା ପ୍ରାପ୍ତି ଠାରୁ ଅଦ୍ୟାବଧି ଗାଁ,ରୁ ମୁଖ୍ୟ ରାସ୍ତାକୁ ସଂଯୋଗ ହୋଇଥିବା ଏହି ରାସ୍ତାଟି ଏକ ପ୍ରକାର ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଥିଲା । ଇତି ମଧ୍ୟରେ ଅଁଳାଯୋଡ଼ି ଏକ ପଞ୍ଚାୟତ ହୋଇସାରିଛି ।
ନୂତନ ପଞ୍ଚାୟତର ପ୍ରଥମ ସରପଞ୍ଚ ଧୀରେନ୍ଦ୍ର ବେହେରାଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ଏବଂ ବର୍ତ୍ତମାନର ସରପଞ୍ଚଙ୍କ ପ୍ରତିନିଧି ସୃତି ରଞ୍ଜନ ଦାସ ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ତିନି ପଞ୍ଚାୟତକୁ ଏକ ପକ୍କା ରାସ୍ତା ଆଜି ସମ୍ଭବ ହୋଇପାରିଛି । ଏହି ଅବସରରେ ଆୟଜିତ ଏକ ସଭାରେ ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ ଯେ ଅଞ୍ଚଳବାସୀଙ୍କ ପାଇଁ ଏକ ପକ୍କା ରାସ୍ତା ଟିଏ ନ’ଥିଲା
ଏଥିପାଇଁ ବାରମ୍ବାର ପ୍ରଶାସନ ତଥ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ ପରେ ଆଜି ସାକାର ହୋଇଛି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ୍ ଓ କୃତଜ୍ଞତା ଜଣାଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ପଦ୍ମ ଚାରଣ ବେହେରା,
ନୋମିନି ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଭୀମସେନ ପାଇକରାୟ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବେହେରା, ପ୍ରମୁଖ ଉଦବୋଧନ ଦେଇ ଅଞ୍ଚଳବାସୀଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

© 2023 Odisha Taza News.