୧୧ ଜୁନ ୨୦୨୩ ( ଓଡିଶା ତାଜା ନ୍ୟୁଜ୍ ) କଟକ :- ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଲୋକଙ୍କର କିଭଳି ଅଧିକରୁ ଅଧିକ ଲୋକ ପ୍ରିୟ ହୋଇପାରିବ , ସେନେଇ ଆଜି କଟକ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟ କାରିଣୀ ବୈଠକ, ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ରୁଷି ଭାଇଙ୍କ ଅଧ୍ୟକ୍ଷତାରେ , କଟକ ସଦର ନିର୍ବାଚନ ମଣ୍ଡଳୀର ଜରିପଡା ସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟ କାରିଣୀ ବୈଠକରେ କଟକ ସଦର ବିଧାୟକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
କଟକ ଜିଲ୍ଲା ବିଜେଡ଼ି ଅବଜରଭ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଟକ ମେୟର ସୁବାସ ସିଂ, ନିଆଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଡ଼ାକ୍ତର ପ୍ରମୋଦ ମଲ୍ଲିକ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ , ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,
କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ରଞ୍ଜନ ବିଶ୍ୱାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଡେପୁଟି ମେୟର ଦମୟନ୍ତୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ସରକାରଙ୍କ ସଫଳତା ଜୀବନବିନ୍ଦୁ, ମୋପରିବାର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଜାଗା ମିଶନ ବିକାଶ କାର୍ଯ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସ୍ୱଛଳ,ଆତ୍ମ ନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବାରେ ବିଜୁ ଜନତା ଦଳ ସହାୟ ହୋଇଛି। ବିଭିନ୍ନ ଯୋଜନାର କାର୍ଯ୍ୟ ଧାରାକୁ ଏକ ନୂତନ ରୂପରେଖ ଦେବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନରେ କଟକ ଜିଲ୍ଲା ପୂର୍ଣ୍ଣ ସଫଳତା ପାଇପାରିବ ସେନେଇ ଆଲୋଚନା କରାଯାଇଥିଲା ।



© 2023 Odisha Taza News.