୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ କଲେଜ ଛକ ଠାରେ ଥିବା ଜୟ ଗୁରୁଦେବ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟର ପକ୍ଷରୁ ଆଜି ଯୁକ୍ତ ୨ କଳାରେ ସଫଳତା ଅର୍ଜନ କରିଥିବା ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଛାତ୍ରୀ ଖୁସୀ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଖୁସୀ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ସେ କଲେଜ ଛକ ସ୍ଥିତ ଜୟ ଗୁରୁଦୁ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟରରେ କୋଚିଂ ନେଉଥିଲେ । ସେ ଚଳିତ ବର୍ଷ ଯୁକ୍ତ ୨ କଳାରେ ବିଭାଗରେ ଶତକଡ଼ା ୯୨ ‘ ୫୦ ନମ୍ବର ରଖି ଟପର ହୋଇ ଛନ୍ତି ।
ଖୁସୀଙ୍କ ଘର ଓଲଟପୁର ଥାନା ଅନ୍ତର୍ଗତ ବ୍ରାହ୍ମଣ ସାଇଲୋ ଗ୍ରାମର ବିଶ୍ଵନାଥ ଆଚାର୍ଯ୍ୟଙ୍କ ଝିଅ ଅଟନ୍ତି । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟରର ନିର୍ଦ୍ଦେଶକ ତଥା ଶିକ୍ଷାବିତ୍ ବିକାଶ ଦାସଙ୍କ ନେତୃତ୍ବରେ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀଙ୍କ ଗହଣରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ଓଡିଶା ଟପର ଖୁସିଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ଖୁସି ଏହି ସଫଳତା ଉତ୍ସବର ଶ୍ରେୟ ନିଜର ବାପା ମା’ଙ୍କ ସହିତ ପରିବାରର ସମସ୍ତ ସଦସ୍ୟ, ରେଭେନ୍ସାର ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟରର ଗୁରୁଦେବ, ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସେ ଏହି ଶ୍ରେୟ ଦେଇଥିଲେ । 

© 2023 Odisha Taza News.