No Result
View All Result
୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରରେ ଥିବା ଗରିବ ଲୋକମାନେ ବନ୍ଧ ହିଡରେ ଘର ନିର୍ମାଣ କରି ରହିଆସୁଥିବା ବେଳେ ସେମାନଙ୍କୁ ସ୍ଥାୟୀ ରହିବା ମୁଖ୍ୟମନ୍ତ୍ରୀ ଙ୍କ ଜାଗା ମିଶନ ଯୋଜନାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ଵାରା ପାଟଣାଗଡ଼ ସହରର ୨୧୬ ଜଣକୁ ଜମି ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ହରିଜନ ପଡ଼ାର ୩୩ ଜଣ, ଗଣ୍ଡା ପଡ଼ା ର ୨୦ ଜଣ,ଗଡଭିତର ର ୨୦ ଜଣ, କୋଲ୍ ପଡ଼ା ର ୩ ଜଣ,ଭାଟିଶାଳ ପଡ଼ା ର ଜଣେ,କାଦୋପଡା ର ଜଣେ,ବଡ଼ ପଡ଼ା ର ଜଣେ, ଗାନ୍ଧୀ ପଡ଼ା ର ୧୨ ଜଣ,
ସହଁରା ପଡ଼ାର ୫୮ ଜଣ, ଜଗନ୍ନାଥ ପଡ଼ା ର ୧୦ ଜଣ,ରାମପାଲି ର ଜଣେ ଓ ଅନ୍ୟାନ୍ୟ ମିଶି ୨୧୬ ଜଣ। ଏହି କାର୍ଯ୍ୟକ୍ରମଟି ପାଟଣାଗଡ଼ ଏନ୍ ଏ ସି କାର୍ଯ୍ୟାଳୟରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ, ଏନ୍ ଏ ସି ଚ୍ୟାରମେନ ମାନସୀ ବିଶ୍ବାଳ, ଏନ୍ ଏ ସି ଉପାଧ୍ୟକ୍ଷ ପ୍ରଫୁଲ୍ଳ କୁମାର ମେହେର, ଏନ୍ ଏ ସି ଇଓ ଗୌରହରି ମହନ୍ତ ଙ୍କ ସହିତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ଏହି ଜମି ପଟ୍ଟା ପାଇବା ପରେ ସହରବାସୀ ବିଧାୟକ ସରୋଜ କୁମାର ମେହେରଙ୍କୁ ଭୂରିଭୂରି ପ୍ରଶଂସା କରୁଥିବା ଜଣାପଡିଛି।

No Result
View All Result