
ଚଣ୍ଡିପାଠ, ଯଜ୍ଞାହୂତି, ତା ୩୧/୦୫/୨୦୨୩ ରିଖ (ବୁଧବାର) ସୂର୍ଯ୍ୟପୂଜା,ଦେବା ଦେବୀ ପୂଜା,ନୂତନ ବିଗ୍ରହଙ୍କ ମହାସ୍ନାନ ଓ ଶୟନ । ତା ୦୧/୦୬/୨୦୨୩ ରିଖ (ଗୁରୁବାର)ସୂର୍ଯ୍ୟପୂଜା,ଦେବତାଙ୍କ ମନ୍ଦିର ପରିକ୍ରମା, ତ୍ରିଶୂଳ ଓ ଧ୍ଵଜା ସ୍ଥାପନ,ବିଗ୍ରହଙ୍କର ଆସନ ବିରାଜମାନ ଓ ପୂର୍ଣ୍ଣାହୁତି ,
ଏହିଭଳି ନୂତନ ମନ୍ଦିର ରୀତିନୀତି ଅନୁସାରେ ବିଗ୍ରହ ସ୍ଥାପନ କରିଥିଲେ, ପ୍ରଥମ ଦିନ ଠାରୁ ଶେଷଦିନ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା, ହଜାର ହଜାର ଭକ୍ତ ମାନେ ବାବା ପ୍ରତାପଶ୍ୱର ଦେବଙ୍କ ଆଶ୍ରିବାର୍ଦ୍ ଭିକ୍ଷା ଲାଭ କରି ପ୍ରସାଦ ସେବନ କରିଥିଲେ, ଚିଲିକା ନିର୍ବାଚନ ମଣ୍ଡଳୀର ରାଜ ନେତା ମାନେ ଯୋଗଦେଇ ବାବା ପ୍ରତାପ ଶ୍ୱର ଦେବଙ୍କ ଆଶ୍ରିବାର୍ଦ୍ କୃପା ଲଭିଥିଲେ ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଙ୍କ ଧର୍ମ ପତ୍ନୀ ନାରୀନେତ୍ରୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ,
ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ, ତୁମୁରାପୁଟ ଶାସନ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ,ନନ୍ଦପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପୁଷ୍ପମିତ୍ର ଖୁଣ୍ଟିଆ ସମସ୍ତ ଯୋଗଦେଇଥିଲେ ।
ପ୍ରତାପ ଗ୍ରାମବାସୀଙ୍କ ସହୋଯୋଗ ,ଅଦ୍ୟମ ଇଚ୍ଛା ଶକ୍ତି , ରାତି ଦିନ ଏକକରି, ଆଧ୍ୟାତ୍ମିକ ବାତାବରଣରେ ନୂତନ ମନ୍ଦିର,ନୂତନ ବିଗ୍ରହ ପ୍ରତିଷ୍ଠା କରିଛନ୍ତି, ପରିଶେଷରେ ପ୍ରତାପ ଗ୍ରାମବାସୀ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବାବା ପ୍ରତାପଶ୍ୱର ଦେବଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ବିଶ୍ଵର କଲ୍ୟାଣ ହେଉ ।

© 2023 Odisha Taza News.