No Result
View All Result
୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଆମଲାପଡା ହନୁମାନ ମନ୍ଦିର ସାହି ନିବାସୀ, ଶେଖ୍ ରିହାଜୁଦିନଙ୍କ ଝିଅ । ବର୍ତ୍ତମାନ 2023, ମସିହାରେ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ସର୍ବ ମୋଟ 568 ନମ୍ବର ରଖି ଟପ୍ପର ହେବା ସହିତ ରାଜ୍ୟର ତୃତୀୟ ସ୍ଥାନରେ ଅଧିକାର କରିଥିଲେ । ଯାହାକି କନ୍ଧମାଳ ଜ଼ିଲ୍ଲାର ଗର୍ବ ଓ ଗୌରବ ଆଣିଦେଇଥିଲେ l ଅଷ୍ଟମ ଶ୍ରେଣୀ ରେ ପାଠପଢ଼ୁଥିବା ସମୟରୁ ଚଟାର୍ଡ଼ ଏକାଣ୍ଟେଣ୍ଡ ଚାକିରୀ କରିବା ପାଇଁ ଲକ୍ଷ ରଖି ଆସୁଥିବା ଜୈସ୍ୟା ମନ ଯୋଗ ଦେଇ ପାଠ ପଢି ଦଶମ ଶ୍ରେଣୀ ରେ, ସର୍ବମୋଟ 600 ମାର୍କ ରୁ 522 ଏଂବ ଯୁକ୍ତ ଦୁଇବାଣିଜ୍ୟ ପରୀକ୍ଷାରେ 600 ରୁ ସର୍ବ ମୋଟ 568 ନମ୍ବର ରଖି କନ୍ଧମାଳ ଜ଼ିଲ୍ଲା ରେ ପ୍ରଥମ ହେବା ସହ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ବାପା, ମାଆ ଙ୍କ ପାଇଁ ଖୁସି ଆଣିଦେଇଛନ୍ତି l
ତାଙ୍କର ସଫଳତାରେ ବିଦ୍ୟାଳୟ କର୍ମଚାରୀ ପୁଷ୍ପଗୁଛଦେଇ ସମ୍ମାନୀତ କରିଥିଲେ । ଏବଂ ତାଙ୍କ ପିତା ଶେଖ୍ ରିହାଜୁଦିନ୍ ଓ ମାତା କୈଶେରା ବିବି ଝିଅର ସଫଳତାରେ ବେସ ଖୁସି ଥିବା ସହିତ ଆଗାମୀ ଦିନରେ ତାଙ୍କ ଝିଅ କିପରି ଭଲ ଭାବରେ ପାଠ ପଢି ସେ ପିଲାବେଳୁ ଯେଉଁ ଚାଟାର୍ଟ ଆକାଉଣ୍ଟ ଚାକିରୀ କରିବାର ଲକ୍ଷ ରଖିଛି ତାହା ସଫଳତା ହାସଲ କରି କନ୍ଧମାଳ ଜିଲ୍ଲାର ନା ରଖିପାରିବ ସେ ନିମନ୍ତେ ଝିଅ ଜୈଶା ଅମ୍ବେରୀ ଙ୍କୁ ଉତ୍ସାହିତ କରିବା ସହିତ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଆଶା ଠାରୁ ଟିକିଏ ମାର୍କ କମିଥିଲେ ମଧ୍ୟ ଏଭଳି ସଫଳତା ପାଇ ମୁଁ ଖୁସି ଅଛି ଏବଂ ଭବିଷ୍ୟତ ରେ ଜଣେ ଚଟାର୍ଡ଼ ଆକାଉଣ୍ଟଟାଣ୍ଟ ହେବା ମୋର ଲକ୍ଷ ରଖିଛି l ଏହି ସଫଳତାରେ ଶ୍ରେୟ ବାପା ଶେଖ ରିଆଜୁଧୀନ, ମାଆ କେଇସରା ବିବିଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଙ୍କୁ ଦେବି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ବିଶେଷ କରି ଶେଖ ରିଆଜୁଧୀନଙ୍କ ସ୍ୱଳ୍ପ ଦରମା ରେ ତିନି ଝିଅ ଙ୍କୁ ପାଠ ପଢାଇବା ଓ ସାନ ଝିଅଙ୍କ ଏହି କୃତିତ୍ୱ ପାଇଁ ଶେଖ ରିଆଜୁଧୀନ ଙ୍କୁ ବୁଦ୍ଧିଜୀବୀ ମହଲ ରେ ବେଶ ପ୍ରଶଂସା ର ସୁଅ ଛୁଟି ଥିବା ଦେଖିବାକୁ ମିଳିଛି l


No Result
View All Result