No Result
View All Result
୧ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :- ଲରମ୍ଭା ଥାନା ଦେଉଁଳ ଗାଁ ପଞ୍ଚାୟତ ଘୁମେରଗାଁ ର ବୃଦ୍ଧ ସ୍ବାମୀ ଙ୍କ ଠେଙ୍ଗା ମାଡ଼ରେ ବୃଦ୍ଧା ସ୍ତ୍ରି ମୃତ୍ୟୁବରଣ କରିଛନ୍ତି । ମୃତ ବୃଦ୍ଧା ଜଣକ ହେଲେ ହାଡୁ ସାହୁ ଙ୍କ ସ୍ତ୍ରୀ ରାଏମତି ( ୫୫)ବୋଲି ଜଣାପଡିଛି ।ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟ ରେ ବୃଦ୍ଧ ସ୍ବାମୀ ସ୍ତ୍ରୀ ତାଙ୍କ ତେତୁଲି ଆଟ ଜମି କୁ ଟୋଲ ଗୋଟାଇବା ପାଇଁ ଯାଇଥିଲେ । କୌଣିସି କଥା କୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା । ବୃଦ୍ଧ ସ୍ବାମୀ ହାଡୁ (୬୦) ରାଗି ଯାଇ ସେ ଧରିଥିବା ଏକ ବାଉଁଶ ଠେଙ୍ଗା ରେ ବୃଦ୍ଧା ସ୍ତ୍ରୀ ରାଏମତୀ ଙ୍କ ମୁଣ୍ଡରେ ଠେଙ୍ଗା ପ୍ରହାର କରିଥିଲେ । ଫଳରେ ବୃଦ୍ଧା ଜଣକ ଛଟପଟ ହୋଇ ତଳେ ପଡିଯାଇଥିଲେ ।
କିଛି ସମୟ ପରେ ବୃଦ୍ଧ ସ୍ଵାମୀ ଜଣକ ସାଙ୍ଗରେ ନେଇ ଥିବାପାଣି ବୋତଲ ରୁ ସ୍ତ୍ରୀ ମୁହଁ କୁ ପାଣି ସଞ୍ଚିନ କରିବାସହ ସ୍ତ୍ରୀ ର ନାମ ଧରି ଡାକି ଥିଲେ । କୌଣସି ପ୍ରତିତ୍ତର ନପାଇବାରୁ ବୃଦ୍ଧ ଜଣକ ସ୍ତ୍ରୀ କୁ କୋଳରେ ଧରି କାନ୍ଦିବାକୁ ଲାଗିଥିଲେ । ସେହି ରାସ୍ତା ଦେଇ ଯାଉଥିବା କିଛି ଯୁବକ ଘଟଣା ସ୍ଥଳକୁ ଆସି ନିଜ ସ୍ତ୍ରୀ କୁ ମାରିଦେଲୁ ଏବେ ପୁଲିସ ଆସିଲେ ଜେଲ ଯିବୁ ବୋଲି କହିବାରୁ ବୃଦ୍ଧ ଜଣକ ପୁଲିସ ଭୟରେ କାନ୍ଦି କାନ୍ଦି ସ୍ତ୍ରୀ କୁ ଛାଡ଼ିଦେଇ ଜଙ୍ଗଲ ଭିତରକୁ ପଲାଇ ଯାଇଥିଲେ ।ଖବର ପାଇ ସନ୍ଧ୍ୟା ସମୟରେ ଲରମ୍ଭା ଥାନା ଅଧିକାରୀ ଶୁଶାନ୍ତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ବୃଦ୍ଧା ଙ୍କ ଶବ ଜବତ କରିବା ସହ ଅଭିଯୁକ୍ତ ବୃଦ୍ଧ କୁ ଥାନା ରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ଙ୍କ ଠାରୁ ଜଣାପଡିଛି ।

No Result
View All Result