1. କେନ୍ଦୁପତ୍ର ସଂସ୍ଥାର ସର୍ବୋଚ୍ଚ ନିୟାମକ ସଂସ୍ଥା ( କେଏଲଡିବି ) ବୈଠକ ଡାକି କେନ୍ଦୁପତ୍ର ତୋଳାଲି ଓ ସିଜିନାଲ କର୍ମଚିରୀ ସମସ୍ୟା ଦୂରକରିବାକୁ ଦାବୀ
୧୪ ଦଫା ଦାବୀ ନେଇ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଳାପାଳ ଙ୍କ ଅନୁପସ୍ଥିତ ଯୋଗୁଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ
୧ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :- ଓଡ଼ିଶା କେନ୍ଦୁପତ୍ର କର୍ମଚାରି ସଂଘ ପାଟଣାଗଡ ଡିଭିଜନ ପକ୍ଷରୁ ଉପଜିଲ୍ଲାପାଳ ଓ ଡିଏଫଓ ଅଫିସ ଘେରାଉ କରିବ ସହ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି |ପରେ ୧୪ ଦଫା ଦାବି ନେଇ ମୂଖ୍ୟମନ୍ତ୍ରି ଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳ ଓ ଡିଏଫଓ ଙ୍କୁ ପ୍ରଦାନ କରାଯାଇଛି । ଆଜି ସଂଘ ପକ୍ଷରୁ ସ୍ଥାନୀୟ ମାରୱ।ଡି ଧର୍ମଶାଳା ଠାରେ କେନ୍ଦୁପତ୍ର ତୋଳାଳୀ ,ସିଜିନାଲ କର୍ମଚାରୀ ,ବନ୍ଦେଇ ଶ୍ରମିକ ମାନେ ଏକତ୍ରିତ ହୋଇଥିଲେ । ସଂଘ ର ସଂପାଦକ ଶିବାନନ୍ଦ ପରିଚ୍ଛା ଙ୍କ ନେତୃତ୍ବରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ କେନ୍ଦୁପତ୍ର ତୋଳାଳି କର୍ମଚାରୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଙ୍କୁ ପହଞ୍ଚି ବିକ୍ଷୋଭ ପ୍ରର୍ଦଶନ କରିଥିଲେ ।
ଏଥିରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଂପାଦକ ସଞ୍ଜିବ ମହାନ୍ତି ଯୋଗଦେଇ କେନ୍ଦୁପତ୍ର ତୋଳାଳି ,ସଜିନାଲ କର୍ମଚାରୀ ,ବନ୍ଧେଇ ଶ୍ରମିକ ମାନଙ୍କ ବୋନସ ଓ ସିଜିନାଲ କର୍ମଚାରୀ ମାନଙ୍କ ମଜୁରୀ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋକପାତ କରିଥିଲେ । ତୁରନ୍ତ କେନ୍ଦ୍ର ସରକାର ଙ୍କ ପାଖରେ ତିନିତିନଥର ରାଜ୍ୟ ସରକାରଙ୍କ ତଥା ମୂଖ୍ୟମନ୍ତ୍ରୀ କେନ୍ଦୂପତ୍ର ଉପରେ ଜିଏସଟି ପ୍ରତ୍ୟାହାର କରିବାକୁ ଚିଠି ଲେଖିଥିଲେ ମଧ୍ୟ କାର୍ଯ୍ୟାକାରୀ କରୁନଥିବା ଶିଘ୍ର ପ୍ରତ୍ୟାହାର କରିବାକୁ କେନ୍ଦ୍ରସରକାର ଙ୍କୁ ଦୃଷ୍ଟି ଦେବାକୁ ପାଟଣାଗଡ଼ ସଂଘ ସଂପାଦକ ଶିବାନନ୍ଦ ପରିଚ୍ଛା ଦାବି କରିଥିଲେ |
ଏବଂ ରାଜ୍ୟ ଓ କେନ୍ଦ୍ର ସରକାର ଜାଣିଶୁଣି ତୋଳାଳୀ ଯେ ମାନଂକୁ ଅଣଦେଖା କରି ପାତର ଅନ୍ତର କରୁଥୁବାରୁ ଏହାକୁ ତୀବ୍ର ସମାଲୋଚନା କରିଥିଲେ | ୧୪ ଦଫା ସମ୍ବଳିତ ଏକ ଦାବୀ ପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିବାକୁ ସଂଘ ପକ୍ଷରୁ ପୂର୍ବରୁ ସୂଚିତ କରାଯାଇଥିବା ବେଳେ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ତହସିଲଦାର ଲକ୍ଷଣ ମାଝୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ପରେ ଶୋଭାଯାତ୍ରାରେ ବାହାରି ଡିଏଫଓ ଅଫିସ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହ ଡିଏଫଓ ସୁରେଶ ସେଠି ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଦାବୀ ପତ୍ର ଗୁଡ଼ିକ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଟ ବୃଦ୍ଧି କରିବା ,ସିଜିନାଲ କର୍ମଚାରୀ ଙ୍କ ଚାକିରି କାଳ ୬୨ ବର୍ଷ କୁ ବୃଦ୍ଧି କରିବା ,ଜିଏସଟି ,ଅର୍ଥକୁ ସାମାଜିକ ନିରାପତ୍ତା କାର୍ଯ୍ୟ ଲଗାଇବା ,ସିଜିନାଲ କର୍ମଚାରିଙ୍କ ଟିଏଡିଏ ବୃଦ୍ଧି କରିବା , ୱ।ଚର ମାନଙ୍କ ବାକିଆ ମଜୁରୀ ପ୍ରଦନା କରିବା ,କେନ୍ଦୁପତ୍ର ତୋଲାଲି ଓ କର୍ମଚାରୀ ମାନଙ୍କ କନ୍ୟାବିବାହ ପାଇଁ ୫୦ ହଜାର ଆର୍ଥିକ ସହାୟତା ଯୋଗଦେବା ଆଗାମୀ ଦିନରେ ଏହି ଦାବି ଗୁଡିକ ପୂରଣ ନହେଲେ ରାଜ୍ୟସାରା ଜୋରଦାର ଆନ୍ଦୋଳନ କରାଯିବା ନେଇ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ସମ୍ପାଦକ ସଂଜୀବ ମହାନ୍ତି ସୂଚନା ଦେଇଛନ୍ତି ।














