୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ପଡ଼ିଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆଜି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଅଛି। ଏହି କାର୍ଯ୍ୟକ୍ରମ ରେ ଶିମିଳିବାଞ୍ଛା, ପଡ଼ିଆ, ତାଣ୍ଡବାଇ ଓ ନିଲିଗୁଡା ରାଜସ୍ବ ମଣ୍ଡଳୀର ୨୪୦ ରୁ ଉର୍ଦ୍ଧ ଜଙ୍ଗଲ ଜମି ପଟ୍ଟା ଓ ଉତ୍ତରାଧିକାରୀ ସତ୍ୱ ରେ ନାମ ପରିବର୍ତ୍ତନ ପଟ୍ଟା ଇତ୍ୟାଦି ବଣ୍ଟନ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ନାୟକ, ମୋଟୁ ତହସିଲଦାର ଶ୍ରୀ ସାଏଦ ସବିର ସାହା, ରାଜସ୍ବ ପରିଦର୍ଶକ କେ. ଚିନ୍ନା ରାଓ ,ପଡ଼ିଆ ରାଜସ୍ୱ ନିରୀକ୍ଷକ ଚିନ୍ମୟ ମହାପାତ୍ର, ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ, ସର୍ବେଶ୍ୱର ପଢ଼ିଆରୀ, ପଡ଼ିଆ ଜିଲ୍ଲା ପରିଷଦ ସଭ୍ୟ। ସୁରଭି ଭୌମିକ, ପଡ଼ିଆ ସମିତି ଅଧ୍ୟକ୍ଷା ଯମୁନା ମୁଚାକି, ସାଂସଦ ପ୍ରତିନିଧି ଚିନାମ ରାବିଟ କୁମାର, ବିଧାୟକ ପ୍ରତିନିଧି କୋଟାମ ବାଲାୟା, ଏମ୍ ମେସାକ ରବି , ପଡ଼ିଆ ସରପଞ୍ଚ ଗଙ୍ଗା କାରମ, ନିଲିଗୁଡା ସରପଞ୍ଚ ଦେବେ ମାଡ଼ି ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।














