No Result
View All Result
୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ବଲାଙ୍ଗିର :- ପାଟଣାଗଡ଼ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରୁ ଲରମ୍ଭା ରାସ୍ତା ତମିଆଁ ଛକ ଠାରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଳକ ଖୁର୍ସେଲ ପଞ୍ଚାୟତ ଇନପୁର ଗାଁ ର ଟଙ୍କଧର ବିଶ୍ବାଳ ପି,ବିଶିକେଶନ ବିଶ୍ବାଳ ଏକ ସ୍କୁଟି ଓ,ଡି,୦୩,ଡି ୭୬୦୯ ରେ ପାଟଣାଗଡ଼କୁ କୌଣସି କାମରେ ଆସୁଥିବା ବେଳେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଙ୍କ ଗାଡ଼ି ଲରମ୍ଭା ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ସମୟରେ ତମିଆଁ ଛକ ଠାରେ ଉକ୍ତ ସ୍କୁଟି କୁ ଧକ୍କା ଦେଇଥିଲା ।
ଗାଡ଼ିରେ ବସିଥିବା ବ୍ୟକ୍ତି ମାନେ ଟଙ୍କଧରକୁ ଛାଡି ଦେଇ କିଏ କୁଆଡେ ଫେରାର ମାରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସାଂସଦଙ୍କ ଗାଡ଼ିକୁ ଲରମ୍ଭା ଥାନାକୁ ନେଇଥିବା ବେଳେ ମୃତକଙ୍କୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । କେଉଁ କାରଣରୁ ଏ ଦୁର୍ଘଟଣା ଘଟିଛି ତାହା ପୋଲିସର ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣାବଳୀ ଜଣାପଡ଼ିବ ।

No Result
View All Result