୨୩ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ବାଣପୁର :- ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ ପଙ୍କାଳ ଓ ମହତ ପଲ୍ଲା ଗ୍ରାମର ଆରାଧ୍ୟ ଦେବୀ ଜଗତ ଜନନୀ ମା’ ଖିଲାମୁଣ୍ଡା ପୀଠ ରେ ଚାରି ଦିନ ଧରି ବିଶ୍ଵଶାନ୍ତି ଚଣ୍ଡୀ ମହା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି, ଗତ ଶୁକ୍ରବାର ଦିନ ଅଙ୍କୁରାରୋପଣ ,
ଶନିବାର କଳସ ଶୋଭାଯାତ୍ରା ଓ ଯଜ୍ଞ ଆରମ୍ଭ ହୋଇଥିଲା,ରବିବାର ପ୍ରାତଃରୁ ସୂର୍ଯ୍ୟ ପୂଜା ସହ ଅନ୍ୟାନ୍ୟ ପୁଜା କରଯାଇ ଯଜ୍ଞ ଆରମ୍ଭ ହୋଇଥିଲା ପୂର୍ଣ୍ଣାହୁତି ଦିବସରେ ମା ଖିଲାମୁଣ୍ଡା ଙ୍କ ନିମନ୍ତ୍ରଣ ପାଇ ଆଖ ପାଖ ଅଞ୍ଚଳ ଆଠ ଦେବୀ ନିମନ୍ତ୍ରିତ୍ ହୋଇ ଆସିଥିଲେ,
ପ୍ରମୁଖ ବିଜେ ପ୍ରତିମା ଶୁସଜ୍ଜିତ ବିମାନ ରେ ଶୋଭା ଯାତ୍ରାରେ ଆସି ସ୍ଥାନୀୟ ମେଲଣ ପଡିଆ ଠାରେ ପହଞ୍ଚି ଥିଲେ, ଯଜ୍ଞ ରେଯୋଗଦେଇଥିଲେ ସୁସଂଘଠିକା ନାରୀନେତ୍ରୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀ ନାଥ ମହାରଣା, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ଗଭାରୀମୁଣ୍ଡା ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଚିନ୍ମୟ ପଟନାୟକ,
ବାଣପୁର ବ୍ଲକ ଯୁବ ସଭାପତି ଶ୍ରୀଯୁକ୍ତ ରାକେଶ କୁମାର ସେଣ,ଚିଲିକା ବ୍ଲକ ବରିଷ୍ଠ ସଂଘଠକ୍ ଶ୍ରୀଯୁକ୍ତ ପ୍ରଭାସ ସୁନ୍ଦରାୟ, ସମସ୍ତ ନେତ୍ରୁ ବୃନ୍ଦ ଏବଂ ହଜାର ହଜାର ଭକ୍ତ ଯୋଗ ଦେଇ ମା ଙ୍କ ଆଶ୍ରିବାର୍ଦ ଭିକ୍ଷା କରିଥିଲେ, ଦେବୀ ଙ୍କ ପୂଜାର୍ଚ୍ଚନା କରାଯିବା ସହ ଅପରାହ୍ନରେ ସମସ୍ତ ବିଜେ ପ୍ରତିମା ଙ୍କ ମେଲଣ ପର୍ବ ଅନୁଷ୍ଠିତ ହୋଇଥିଲା, ପରି ଶେଷରେ ପଙ୍କାଳ ଓ ମହତ ପାଲ୍ଲା ଗ୍ରାମବାସୀ ସମସ୍ତ ଅତିଥି ଏବଂ ଭକ୍ତ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ .

© 2023 Odisha Taza News.