ପରେ ନାବାଳିକା ଗର୍ଭବତୀ ହେବାପରେ ଗର୍ଭପାତ ମଧ୍ୟ କରାଇଥିଲା । ଅନ୍ୟପଟେ ନାବାଳିକା ନିଖୋଜ ଥିବା ନେଇ ଘର ଲୋକେ ମୋହନା ଥାନାରେ ଲିଖିତ ଆଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ମଧ୍ୟ ଚଳାଇଥିଲା । ଗତ ମାର୍ଚ ମାସରେ ଯକ୍ତଦୁଇ ପରୀକ୍ଷା ଦେବାକୁ ନାବାଳିକା ମୋହନା ଆସିଥିବା ବେଳେ ତାକୁ ପୁଲିସ ଉଦ୍ଧାର କରବା କରିବା ସହ ପଚରାଉଚରା କରିଥିଲା । ଫଳରେ ସମସ୍ତ ଘଟଣା ଜଣାପଡିଥିଲା ।
ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଧରିବାକୁ ତାର ଫୋନ ନମ୍ବର ଟ୍ରାକ୍ କଲା ବେଳେ ସେ ମୋହନା ଅଞ୍ଚଳରେ ଥିବା ଜଣାପଡିଲା । କିନ୍ତୁ ଚଢାଉ ବେଳେ ଦୁଇ ଦୁଇ ଥର ଅଭିଯୁକ୍ତ ଯୁବକ ପୁଲିସକୁ ଚଖମା ଦେଇ ଖସିଯାଇଥିଲା । ରବିବାର ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠିଙ୍କ ନେତୃତ୍ବରେ ଏକ ଟିମ୍ କର୍ଚବାଡି ଗ୍ରାମରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲଣ କରାଯାଇଥିବା ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

© 2023 Odisha Taza News.