No Result
View All Result
୨୩ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ବଡଗଡ଼ ଯିବା ରାସ୍ତା କେନ୍ଦୁପଦା ଛକରେ ମୋହନା ପୋଲିସ ପେଟ୍ରୋଲିଂ କରିବା ସମୟରେ ଏକ ଟାଟା ଏସି ଯାହାର ଗାଡି ନମ୍ବର ଓଡ଼ି-୦୨-ବିକେ-୫୦୪୨ ରେ ଚୋରା ଚାଲାଣ ହେଉଥିବା ୧୦୩୪କେଜି ଭାଙ୍ଗ କୁ ଜବତ କରିଛି ।
ଜବତ ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡିପଦା ଗ୍ରାମର ଜଗନ୍ନାଥ ପାତ୍ର ଙ୍କ ପୁତ୍ର ବସନ୍ତ ପାତ୍ର (ଡ୍ରାଇଭର)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏହି ଦୁର୍ଗମ ଅଂଚଳରେ ଚୋରା ଚାଲାଣ କାରୀଙ୍କ ପ୍ରତି କୋଠର କାର୍ଯ୍ୟାନୁଷ୍ଠାନ ସହ ଚବିଶି ଘଣ୍ଟିଆ ପେଟ୍ରୋଲିଂ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

No Result
View All Result