ପ୍ରତି ବର୍ଷ ଜାନୁଆରୀ ମାସ ଠାରୁ ଏପ୍ରିଲ ମାସ ମଧ୍ଯରେ କିଛି ଲୋକ ପାହାଡରେ ନିଆଁ ଲଗାଇ ଦେଉଥିବା ଯୋଗୁ ଚାରା ଗଛ ସବୁ ନଷ୍ଟ ହେଉଯାଉଛି । ଆଉ କିଛି ବ୍ୟକ୍ତି ଜାଳକାଠ ସଂଗ୍ରହ ନାମରେ ଚାରା ଗଛ ଗୁଡିକୁ ହାଣି ନଷ୍ଟ କରିଦେଉଛନ୍ତି । ବଞ୍ଚିଥିବା ଗଛ ଗୁଡିକର ଯତ୍ନ ନେଇ ସେ ସବୁ ବଡ କରିବା ପାଇଁ ସୁରକ୍ଷା ଦେବା ନିମିତ୍ତ ବର୍ଷର ବିଭିନ୍ନ ସମୟ ଛାତ୍ରଛାତ୍ରୀମାନେ ଆସି ଗଛ ଗୁଡିକର ଯତ୍ନ ମଧ୍ୟ ନେଇଥାଆନ୍ତି ।
ନିୟମିତ ଭାବରେ କରୁଥିବା ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଆଜି ଅଧ୍ୟାପକ ସୁଧାଂଶୁ ଶେଖର ଧଡା ଏବଂ ଟିକାୟତ ନାୟକଙ୍କ ନେତୃତ୍ବରେ ମନୋଜ କୁମାର ଦଳେଇ, ରାଜେଶ୍ଵରୀ ନାୟକ , ଆଦିତ୍ଯ ନାରାୟଣ ପତି, ଦୀପ୍ତିମୟୀ ନାୟକ,ଶ୍ରୀୟଙ୍କା ସାହୁ ପ୍ରମୁଖ ବଞ୍ଚିଥିବା ଗଛ ଗୁଡିକ ମୂଳରୁ ଅନାବନା ଘାସ ଓପାଡି ସେ ସବୁର ଯତ୍ନ ନେଇଥିଲେ । ଏହି ଅବସରରେ ଖଣ୍ଡଗିରିର ଦକ୍ଷିଣ ପଶ୍ଚିମରେ ଥିବା ଏକା ପଥର ଉପରେ ଖୋଦିତ ଶିଳାଲିପି ଆବିଷ୍କାର କରିଥିଲେ ।

© 2023 Odisha Taza News.