ସ୍ଥାନୀୟ କର୍ପୋରେଟର ଲିପସା ନାୟକଙ୍କ ସମେତ ଆଞ୍ଚଳିକ ରାମଲୀଳା ପ୍ରଚାର ସମିତିର ସମସ୍ତ କର୍ମକର୍ତ୍ତା, ସଭାପତି, ସଂପାଦକ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଲେ ଯେ , ବର୍ତ୍ତମାନ ସମାଜରେ କୁସଂସ୍କାର , ଅନ୍ୟାୟ, ଅତ୍ୟାଚାର ବଢ଼ିବାରେ ଲାଗିଛି । ଯାହାଫଳରେ ଯୁବ ସମାଜ ପଥଭ୍ରଷ୍ଟ ହେଉଛନ୍ତି ।
ରାମଲୀଳାରେ ଅନେକ ଶିକ୍ଷଣୀୟ କଥା ରହିଛି । ଭାତୃଭାବ ,ବାପା ମାଙ୍କୁ ଭଲପାଇବା, ସମାଜରେ ସମସ୍ତଙ୍କୁ ସମ୍ମାନ ଦେବାସହିତ ବଡ଼ମାନଙ୍କ ପ୍ରତି ଭକ୍ତି କରିବା ଆଦି ଶିଖିବାକୁ ମିଳିଥାଏ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସ୍ୱପ୍ନେଶ୍ୱର ରାମଲୀଳା ସମିତିର କଳାକାର ମାନେ ହନୁହାତେ ମଲା ପାତାଳ ରାଜା ବା ମହିରାବଣ ବଧ ଲୀଳା ପରିବେଷଣ କରିଥିଲେ ।
ନିର୍ଦ୍ଦେଶନା ଦେଇଥିଲେ ଭାଗ୍ୟଧର ସାରେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଭାପତି କୀର୍ତ୍ତି ଚନ୍ଦ୍ର ବିଶୋଇ, ଉପ ସଭାପତି ସତ୍ୟ ରଞ୍ଜନ ଦାସ, ସଂପାଦକ ବିବେକାନନ୍ଦ ଦାସ । ଏଥିରେ ସୁଭଦ୍ରାପୁର ଗ୍ରାମର ସମସ୍ତ ଯୁବକ, ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ସହଯୋଗ କରିଥିଲେ ।

© 2023 Odisha Taza News.