ସୂଚନା ଅନୁଯାୟୀ ନୂଆଗାଁ ହାଇସ୍କୁଲ ରେ ୭୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୨ ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ, ଜଗନ୍ନାଥ ପ୍ରସାଦ ହାଇସ୍କୁଲ ରେ ୭୭ ରୁ ୭୭ , ଜନଶକ୍ତି ହାଇସ୍କୁଲ ଚାହାଳି ୪୯ ରୁ ୪୯ , ସମ୍ପଡା ଚିନ୍ତାମଣି ବିଦ୍ୟାପୀଠ ୬୧ ରୁ ୬୦ , ଵାହାଡ ଝୋଲା ହାଇସ୍କୁଲ ୨୭ ରୁ ୨୭ ଜଣ,କୋରଡ଼ା ପଞ୍ଚାୟତ ହାଇସ୍କୁଲ ୪୯ ରୁ ୪୮ ଜଣ,ଗ୍ରାମ ପଞ୍ଚାୟତ ହାଇସ୍କୁଲ ବେରୁଆବାରି ୫୮ ରୁ ୫୭ ଜଣ, ଜାକେଡା ୨୩ ରୁ ୨୩ ଜଣ ,ନୂଆଗାଁ ବାଳିକା ହାଇସ୍କୁଲ ୨୪ ରୁ ୨୩ ଜଣ, ମହିପୁର ହାଇସ୍କୁଲ ର ୮୬ ରୁ ୮୫ ଜଣ , ଡିମିରି ଝରି ୩୯ ରୁ ୩୮ ଜଣ, ବକଳବନ୍ଧ ହାଇସ୍କୁଲ ର ୮୪ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ୮୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ସଚିଦା ନନ୍ଦ ମିଶ୍ର,ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

© 2023 Odisha Taza News.