ତେବେ ମୋଟ୍ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମପି କରାଯାଇଥିଲା ବେଳେ, ୫ଲକ୍ଷ୍ୟ ୮ ହଜାର ୪୦୪ଜଣ ପାସ୍ କରିଛନ୍ତି । ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧୫୮ ଜଣ ଏ-୧ ଗ୍ରେଡ଼ରେ ପାସ କରିଥିଲା ବେଳେ, ୨୯ ହଜାର ୮୩୮ ଜଣ ଏ -୨ ଗ୍ରେଡ଼ , ୭୭ ହଜାର ୫୬୭ ଜଣ ବି-୧ , ୧ ଲକ୍ଷ ୧୮ ହଜାର ୭୫୦ ଜଣ ବି-୨, ୧ ଲକ୍ଷ୍ୟ ୨୧ ହଜାର ୬୧୧ ଜଣ ସି, ୯୫ ହଜାର ୬ ଜଣ ଛାତ୍ରଛାତ୍ରୀ ଡି ଗ୍ରେଡ଼ ରେ ପାସ କରିଛନ୍ତି । ୬୧ ହଜାର ୪୭୪ ଜଣ ଇ ।
ଫଳାଫଳ ପୁସ୍ତିକାକୁ ଉନ୍ମୋଚନ କରି ରେଜଲ୍ଟ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏହି ଉତ୍ସ ବରେବୋର୍ଡର ସଭାପତି ରମାମଣି ହାଜରା ଓ ଉପ ସଭାପତି ଡ଼କ୍ଟର ନିହାର ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ । ସବୁଠାରୁ ବଡ଼କଥା ହେଲା କଟକ-ଜଗତସିଂହପୁରରେ ମାଟ୍ରିକ୍ ରେଜଲ୍ଟ ସର୍ବାଧିକ ୯୭.୯୯ ପ୍ରତିଶତ ରହିଥିବାବେଳେ ମାଲକାନଗିରିରେ ସର୍ବନିମ୍ନ ୯୨.୬୮ ପ୍ରତିଶତ ପାସ୍ ହାର ରହିଛି ।

© 2023 Odisha Taza News.