ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଝାଡୁଦାର, ହକର,ସମାଜ ସେବୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ସଚିଦା ନନ୍ଦ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା,ଦଶପଲ୍ଲା ଏନ୍ ଏ ସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ,ଏ ବି ଡି ଓ ସ୍ବଦେଶ ମହାପାତ୍ର, ସରପଞ୍ଚ ଅମିତା ପରିଡ଼ା,ସେବା ସମବାୟ ବ୍ୟାଙ୍କ ମ୍ୟାନେଜର ସରୋଜ ସାହାଣୀ,
ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ପ୍ରମୁଖ ଯୋଗଦେଇ ସାହାଯ୍ୟ କାରୀ ଙ୍କୁ ସାହାଯ୍ୟ ହେଉଛି ଆର୍ଟ ଗିଭିଂ ର ଉଦେଶ୍ୟ ଏବଂ ଯେଉଁମାନେ ଲୋକମାନଙ୍କ ସେବାରେ ଅହରହ ପ୍ରଚେଷ୍ଟା ଜାରୀ ରଖିଛନ୍ତି ସେମାନଙ୍କୁ ସମ୍ମାନ ଦେବା,ସାହାଯ୍ୟ କରିବା ନିହାତି ଆବଶ୍ୟକ ବୋଲି କହିଥିଲେ ।
ବି ହାପି ନୋ ବିପି ର ଉଦେଶ୍ୟ ବୁଝାଇଥିଲେ ବିଡ଼ିଓ । ସାଂସଦ ଙ୍କ ପ୍ରଚେଷ୍ଟା ଯୋଗୁଁ ୧୨୦ ଟି ଦେଶରେ ଆର୍ଟ ଅଫ ଗିଭିଂ ପାଳିତ ହେଉଛି । ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ଏଭଳି ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ ଦଶପଲ୍ଲା ବିଧାୟକ ଏବଂ ଅତିଥି ବୃନ୍ଦ । ଏହି କାର୍ଯ୍ୟକ୍ରମ କୁ ସଫଳତା ର ସହ ପରିଚାଳନା କରିଥିଲେ ସାଂସଦ ଙ୍କ ନୂଆଗାଁ ବ୍ଲକ୍ କୋର୍ଡି ନେଟର ସୁବ୍ରତ ପରିଡ଼ା ।

© 2023 Odisha Taza News.