No Result
View All Result
୧୭ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ନନ୍ଦିଘୋଷ ଟିଭି ପ୍ରତିନିଧି କୁନାଲ ବେହେରା ମାତ୍ର ୩୭ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଛନ୍ତି l ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର କୁନାଲ ଙ୍କ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପରିବାର ଲୋକେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ରେ ଚିକିତ୍ସା କରିବା ପରେ କଟକ ସ୍ଥାନାନ୍ତରିତ କରିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ଘରେ କୁନାଲଙ୍କ ପତ୍ନୀ ଓ ୫ ମାସର ଶିଶୁପୁତ୍ର ରହିଛନ୍ତି ।
ଭୁବନେଶ୍ବରରେ ସାମ୍ବାଦିକତା ଶିକ୍ଷା ପରେ ନନ୍ଦିଘୋଷ ଟିଭିରେ ଯୋଗଦେଇଥିଲେ କୁନାଲ । ସାମ୍ବାଦିକତା ମାଧ୍ୟମରେ ତୃଣମୂଳ ସ୍ତରରୁ ଖବର ସଂଗ୍ରହ କରୁଥିଲେ । ନିଜର ଦକ୍ଷତା ପ୍ରତିପାଦିତ କରି ଅନେକ ସ୍ଥାନରେ ବେଶ ପ୍ରଶଂସା ସାଉଁଟିଛନ୍ତି କୁନାଲ । କୁନାଲଙ୍କ ଏହି ଦୁଃଖଦ ଖବର ଶୁଣିବା ପରେ ଉତ୍କଳ ସାମ୍ବାଦିକ ସଂଘର କନ୍ଧମାଳ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶ ଙ୍କ ସମେତ ସୁବାଷ ଚନ୍ଦ୍ର ମହାରଣା, ସତ୍ୟ ନାରାୟଣ ପାଢ଼ୀ, ମନୋରଞ୍ଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ, ଶିବ ପ୍ରସାଦ ପାଢ଼ୀ, ଫିଲ ମୋହନ ନାୟକ, ସୁବାଷ ଚନ୍ଦ୍ର ପ୍ରଧାନ, ବି.ଭି.ଶଙ୍କର, ସନ୍ତୋଷ ମିଶ୍ର, ଅଜିତ ମହାରଣା, ସଦାଶିବ ପାତ୍ର, ଶିଶିର ପଟ୍ଟନାୟକ, ସମୀର ପାଢ଼ୀ,ପ୍ରେମ ଚାନ୍ଦ ସିଂ, ବୈଦ୍ୟନାଥ ବେହେରା, ପ୍ରତାପ ଦିଗାଲଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ସାମ୍ବାଦିକ ମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାରକୁ ଭଗବାନ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।


No Result
View All Result