ଘୁଡୁକୁବାରି ଟଚ୍ ୱିନ କରି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଉଭରରେ ୬ ୱିକେଟ୍ ହରାଇ ୧୦୪ ରନ୍ ସଂଗ୍ରହ କରିଥିଲା । ଜବାବରେ ଗୁଣ୍ଠାପାଜୁ ୬.୩ ବଲ ରେ ୨ ୱିକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରି ଜିତି ନେଇଥିଲା । ଦ୍ଵିତୀୟ କ୍ରିକେଟ୍ ମ୍ୟାଚ୍ ବରକୁଳା ସହିତ ଶିମିଳିସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବରକୁଳା ଟଚ୍ ୱିନ କରି ନିର୍ଦ୍ଧାରିତ ୧୦ ଉଭରରେ ୪ ୱିକେଟ୍ ହରାଇ ୯୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଏମ୍ ବି ସି ସି,ଶିମିଳିସାହି ୧୦ ଉଭର ବ୍ୟାଟିଙ୍ଗ କରି ୯ ୱିକେଟ୍ ହରାଇ ୬୯ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା। ଗୁଣ୍ଠାପାଜୁ ସହିତ ବରକୁଳା କ୍ରିକେଟ୍ ଦଳ କ୍ୱାଟର ଫାଇନାଲ ରେ ପ୍ରବେଶ କରିଥିଲେ।
ପ୍ରଥମେ ବରକୁଳା କ୍ରିକେଟ୍ ଦଳ ଟଚ୍ ୱିନ କରି ନିର୍ଦ୍ଧାରିତ ୧୦ ଉଭର ବ୍ୟାଟିଙ୍ଗ କରି ୬ ୱିକେଟ୍ ହରାଇ ୯୨ ରନ୍ ସଂଗ୍ରହ କରିଥିଲା। ଜବାବରେ ଗୁଣ୍ଠାପାଜୁ ନିର୍ଦ୍ଧାରିତ ୧୦ ଉଭର ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୮ୱିକେଟ୍ ହରାଇ ୭୮ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା। ଫଳରେ ବରକୁଳା କ୍ରିକେଟ୍ ଦଳ ସେମିଫାଇନାଲ ରେ ପ୍ରବେଶ କରିଛନ୍ତି। ମା ବାଗଦେବୀ କ୍ରିକେଟ୍ କ୍ଲବ, ଶିମିଳିସାହି ର ସଭାପତି ମର୍ଦରାଜ ମଳିକ ଏବଂ ବଳଭଦ୍ର ମଳିକ ଖେଳ ପରିଚାଳନା କରିଥିଲେ। ଏହି କ୍ରିକେଟ୍ ଟୁର୍ନାମେଣ୍ଟ ଜାକେଡା ପଞ୍ଚାୟତ ଯୁବକଙ୍କ ଏକତ୍ଵର ଉଦାହରଣ ।

© 2023 Odisha Taza News.