No Result
View All Result
୧୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରିସରରେ ମିଶନ ଶକ୍ତି କାଫେ ଷ୍ଟଲ୍ ନୂତନ ଗୃହ ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଏଥିରେ ନର୍ଲା ବିଡ଼ିଓ ବାସନ୍ତୀ ସେଠୀ,ସିଡିପିଓ ନିବାସିନୀ ବିଶ୍ଵାଳ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ,ଲିଲି ଦୀପ, ନମ୍ରତା ସାହୁଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ ।
ଏହି କାଫେରେ ସ୍ନାକ,ଚା, ଥଣ୍ଡା ପାନୀୟ, ମଧ୍ୟାହ୍ନ ଭୋଜନ ଆଦି ଖାଦ୍ୟ ଓ ପାନୀୟ ଉପଲବ୍ଧ ହେବ । ଏହି ଷ୍ଟଲ୍ ଦ୍ଵାରା ଫେଡରେଶନ ମେମ୍ବର ମାନଙ୍କ ଦ୍ବାରା ପରିଚାଳିତ ହେବ ବୋଲି ଜଣାଯାଏ । ଏହା ଦ୍ଵାରା ପୁଣି ଏମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ ହେବ ବୋଲି ଆଶା କରାଯାଉଛି ।

No Result
View All Result