No Result
View All Result
୧୨ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଗୁରୁବାରେ ବାଣପୁର ଥାନା ଅଞ୍ଚଳରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୁଲିସ ଶୁକ୍ରବାରେ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ଭୀମପୁର ଗ୍ରାମର ସତ୍ୟ ନାୟକଙ୍କ ପୁତ୍ର ବସନ୍ତ ନାୟକ (୪୬) ଓରଫ କେଳୁ । ବସନ୍ତକୁ ପୁଲିସ ଭୀମପୁରରୁ ଗିରଫ କରିଥିବା ବେଳେ ତା’ଠାରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଏକ କାତିକୁ ମଧ୍ୟ ଜବତ କରିଛି ବୋଲି ଥାନାଧିକାରୀ ଜୟରାମ ପରିଡା ସୂଚନା ଦେଇଛନ୍ତି ।
ଗୁରୁବାର ରାତିରେ ଭୀମପୁର ଗ୍ରାମ ହରିଜନ ସାହିର ରବୀନ୍ଦ୍ରନାଥ ନାୟକ ଏବଂ ତାଙ୍କ ସାନ ଭାଇ ସୋମନାଥ ନାୟକଙ୍କୁ ଅଭିଯୁକ୍ତ ବସନ୍ତ କାତିରେ ଆକ୍ରମଣ କରିବାରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଅଭିଯୁକ୍ତ ବସନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଆଜି ପୁଲିସ ହାତରେ ଧରାପଡି ଗିରଫ ହୋଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ସଂଘଟିତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

No Result
View All Result