No Result
View All Result
୧୨ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ପୁଲିସ ରଣାଲଇ ଛକ ନିକଟରୁ ୧୬ କ୍ବିଣ୍ଟାଲ୍ ୫୮ କିଲୋଗ୍ରାମ ଭାଙ୍ଗ ଜବତ କରିଥିଲେ । ଭାଙ୍ଗ ଚୋରା ଚାଳଣ ଅଭିଯୋଗେ ପୁଲିସ ମୁନିକାଡିଅ ଗ୍ରାମର କୁଶ ରଇଚକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ବିରୋଧରେ କେସ ନଂ ୫୩/୨୩ ମାମଲା ରୁଜୁ ହୋଇଥିବା ବେଳେ ସବ୍ଇନସପେକ୍ଟର ଶ୍ରୀ ଅମାନ୍ତ ଏହାର ତଦନ୍ତ କରୁଛନ୍ତି । ଜବତ ଭାଙ୍ଗର ଅନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଉଦ୍ଧ୍ବ ହେବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ ।
ସୁଚନା ପ୍ରକାରେ ଏଏସ୍ଆଇ ଅମର କୁମାର ମିଶ୍ରଙ୍କ ନେତୃତ୍ବରେ ପୁଲିସ ଷ୍ଟାପ ସହ ଛେଳାଗଡ ଓ ମହେନ୍ଦ୍ରଗଡ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଭାଙ୍ଗ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ । ସନ୍ଦେହରେ ପୁଲିସ ମୋହନା ବ୍ଳକ୍ ବାଘମାରି ପଟୁ ଆସୁଥିବା ପିକ୍ଅପ ଭ୍ୟାନ୍(ଓଆର୍ ବି – ୨୦୭୯)କୁ ରଣାଲଇ ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଏଥିରୁ ୪୭ବସ୍ତା ଭାଙ୍ଗ ଜବତ କରାଯିବା ସହ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଥିଲେ ।

No Result
View All Result