୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁର ତହସିଲ୍ ଚାନ୍ଦପୁର ଥାନା ପଟିଆ ପଞ୍ଚାୟତ କୁଶୁପଲ୍ଲା ବେଆଇନ ଖଣିରେ ବୁଧବାର ଏନ୍ ଫୋର୍ସମେଣ୍ଟ ଟିମର ଚଢ଼ାଉକୁ ଦେଖି ଖଣି ମାଫିଆ ଭୟଭୀତ ହୋଇ ମିଳିତ ଆକ୍ରମଣ କରିଛନ୍ତି । ଖଣି ବ୍ୟବସାୟଙ୍କ ଆକ୍ରମଣ ରେ ଅମିନ ସୁଦାମ ଚରଣ ବେହେରା ଆହତ ହୋଇ ଚାନ୍ଦପୁର ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି.
ପ୍ରଶାସନ ର ଚଢ଼ାଉ ଦେଖି ଖଣି ମାଫିଆ ମାନେ ଖସି ପଳାଇ ଯାଉଥିଲେ ପ୍ରଶାସନ ଚଢ଼ାଉ ସୁଫଳ ଦେଇନଥିଲେ ବୁଧବାର ଏନ୍ ଫୋର୍ସମେଣ୍ଟ ଟିମ୍ ନୂଆ ତରିକାରେ ଚଢ଼ାଉ କରିଥିଲେ ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହୀର୍ ଙ୍କ ନେତୃତ୍ବରେ ଆର ଆଇ ଶିବ ନାରାୟଣ ପ୍ରଧାନ ,ଅନିଲ ବେହେରା,ରାକେଶ ରଞ୍ଜନ ସେଠୀ,
ରଣପୁର ତହସିଲ ର ଚାରି ଜଣ ଅମିନ ଚଢ଼ାଉ ର ସାମିଲ ହୋଇଥିଲେ ୪ ବାଇକ୍ ରେ ୭ ଜଣ କୁଶୁପଲ୍ଲା ପଥର ଖଣିରେ ପହଞ୍ଚିଥିଲେ । ସେ ସମୟରେ ବେଆଇନ ଭାବେ ମାଙ୍କଡା ପଥର ଖନନ ଚାଲିଥିଲା ନିକଟରେ ୧୦ରୁ ଉର୍ଦ୍ଧ୍ବ ଲୋକ ଥିଲେ । ଅତର୍କିତ ଚଢ଼ାଉ କୁ ଦେଖି ଖଣି ମାଫିଆ କାମ ବନ୍ଦ କରି ଆକ୍ରମଣ ସହ ଗାଡ଼ି ଛଡାଇବାକୁ ଉଦ୍ୟମ କରି ଖସି ପଳାଇଥିଲେ ।


© 2023 Odisha Taza News.