• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସରକାରୀ ଯୋଜନା ଠାରୁ ବହୁ ଦୂରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁଝୁଳି ପଞ୍ଚାୟତର ବେତାଗଣ୍ଡା ଗାଁ

Proprietor Abhimanyu Maharana by Proprietor Abhimanyu Maharana
May 11, 2023
in ଓଡ଼ିଶା, ଗଜପତି, ହୋମ୍
0
ସରକାରୀ ଯୋଜନା ଠାରୁ ବହୁ ଦୂରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁଝୁଳି ପଞ୍ଚାୟତର ବେତାଗଣ୍ଡା ଗାଁ
Share on FacebookShare on TwitterWhatsapp

୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୁରୁଝୁଳୀ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ବେତାଗଣ୍ଡା ଗାଁ । ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଦୃଶ୍ୟ ନକହିବା ଭଲ । ଏହି ଗାଁକୁ ଯିବାକୁ ହେଲେ ଅଡ଼ବା ହରଭଙ୍ଗି ଡ୍ୟାମ୍ ନିକଟ ପଣସଡିହ ଗ୍ରାମ ଠାରୁ ପ୍ରାୟ ୨୦ କିମି ଦୂର ଘଞ୍ଚ ଜଙ୍ଗଲ, ପାହାଡ଼ ପର୍ବତ ଦେଇ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରିବା ପରେ ପହଞ୍ଚି ବାକୁ ହୁଏ ବେତାଗଣ୍ଡା ଗାଁରେ । ଏହି ଗାଁରେ ୨୦ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାରର ୧୫୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଚାଷ ବେଉସା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି । ହେଲେ ଏହି ଗାଁ ପ୍ରତି ଯେମିତି ସରକାର ଓ ସରକାରୀ ବାବୁଙ୍କ ନଜର ନାହିଁ । ଫଳରେ ଆଜି ବି ଏହି ଗାଁକୁ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇନି ।

ଏହି ରାସ୍ତା ଦେଇ ଗ୍ରାମବାସୀ ଦୈନନ୍ଦିନ ବଜାର ବାଟ,ଶିକ୍ଷା, ସ୍ୱାସ୍ଥ୍ୟ ସେବା ତଥା ସରକାରୀ ବେସରକାରୀ କାମରେ ମୋହନା ଯିବା ଆସିବା କରନ୍ତି । କିନ୍ତୁ ଭୋଗନ୍ତି ଅନେକ ଯନ୍ତ୍ରଣା । କରିବେ ବା କ’ଣ ଯିବାକୁ ତ ହେବ । ରାସ୍ତା ତ ସବୁଠାରୁ ବଡ଼ ସମସ୍ୟା ଥିବା ବେଳେ ଗାଁରେ ଏବେବି ଅନେକ ପରିବାର ଅଛନ୍ତି ଯେଉଁମାନେ କି ଆଜି ବି ଏମିତି ଝାଟିମାଟି ଘରେ ବସବାସ କରନ୍ତି । କିନ୍ତୁ ଆବାସ ଗୃହ ଏମାନଙ୍କ ପାଇଁ ଯେମିତି ସାତସପନ । ତେବେ ଗ୍ରାମବାସୀ ମାନେ ବାରମ୍ଵାର ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ କହିଛନ୍ତି ତ କିଏ ଆବାସ ଗୃହ ନମିଳିବାରୁ ଦୁଃଖ ପ୍ରକାଶ କରୁଛନ୍ତି । ସମସ୍ୟା ନେଇ ସରକାରଙ୍କୁ ଅନେକଥର ଅଭିଯୋଗ କରିଥିବା କଥା ମଧ୍ୟ କହିଛନ୍ତି ଗ୍ରାମବାସୀ । ହେଲେ ନିଦାବିଷ୍ଣୁ ପ୍ରସାଶନ । ସରକାରଙ୍କ ଏହି ଗାଁ ପ୍ରତି ଆନ୍ତରିକତାର ଅଭାବ ଯୋଗୁଁ ପାନୀୟ ଜଳଯୋଗାଣ ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ପାହାଡ ତଳେ ପଥର କୋରଡରୁ ନିର୍ଗତ ହେଉଥିବା ଝରଣା ପାଣିକୁ ପାଇପ ଯୋଗେ ନିଆଯାଇଛି ଗାଁ ନିକଟକୁ । ଝରଣା ପାଣି ତ ଦେଖିବାପାଇଁ ସ୍ୱଛ । ହେଲେ ଖୋଲା ଝରଣାରେ କଣ ମିଶୁଛି ସେମାନେ ଜାଣନ୍ତି ନାହିଁ । ସରିସୃପ ଝରଣା ମଧ୍ୟରେ ପ୍ରବେଶ କରୁଛନ୍ତି, ସେକଥା ଭଲା କିଏ ଯାଣିଛି । କିନ୍ତୁ ଆଜି ବି ଗ୍ରାମବାସୀଙ୍କ ପାଇଁ ସାହାଭରଷା ଏହି ପଥର କୋରଡରୁ ବାହାରୁଥିବା ଝରଣା ପାଣି । ଏହି ଝରଣା ପାଣି ମେଣ୍ଟାଇଥାଏ ଗ୍ରାମବାସୀଙ୍କ ଶୋଷ । ଗାଁରେ ଶିକ୍ଷା ବ୍ୟବସ୍ଥା ନ କହିବା ଭଲ । ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨ ଜଣ ଶିକ୍ଷକ ନିଯୁକ୍ତି ଥିବା ସହ କାଗଜ କଲମରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ଜଣାପଡିଛି । ବିଦ୍ୟାଳୟଟି ଭାଙ୍ଗି ରୁଜି ଯାଇଥିବା ବେଳେ ଲଟାବୁଦା ମାଡି ଗଲାଣି ।

୫ଟି ଶ୍ରେଣୀ ଗୃହ ପାଇଁ ସରକାର ଗୋଟିଏ ମାତ୍ର ଶ୍ରେଣୀ ଗୃହ ନିର୍ମାଣ କରିଛନ୍ତି ! ହେଲେ ଏହାର ଅବସ୍ଥା ବି ଜରାଜୀର୍ଣ୍ଣ ହୋଇଗଲାଣି । ଏଠାରେ ପିଲାଏ ପାଠ ପଢୁଥିବେ କେମିତି ଏଥିରୁ ଅନୁମେୟ। ଫଳରେ ପିଲାଏ ପାଠ ପଢିବେ କଣ?ପାଠପଢା ସମୟରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅନେକ ପିଲା ଗାଁ ନିକଟସ୍ଥ ଜଙ୍ଗଲରୁ ଜଙ୍ଗଲ ଯାତ ଦ୍ରବ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଥିବା ଦେଖିବକୁ ମିଳିଛି । ହେଲେ ଗାଁର ସମସ୍ୟା ଅନେକ । ଲୋକଙ୍କ ଅଭିଯୋଗ ବି ଅନେକ । ଗାଁର ଅନେକ ସମସ୍ୟାର ସମାଧାନ କରିବା ପାଇଁ ସରକାରଙ୍କୁ ଦାବି କରିଛନ୍ତି ଗ୍ରାମବାସୀ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ

୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ

October 12, 2026
ବାଲିଗୁଡ଼ାରେ ସିରିଜ୍‌ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ

ବାଲିଗୁଡ଼ାରେ ସିରିଜ୍‌ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ

October 12, 2026
ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା “ମୋ ପରିବାର”

ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା “ମୋ ପରିବାର”

October 12, 2026
CaratLane – A TATA Product Launches its 374th  store in Bhubaneswar

CaratLane – A TATA Product Launches its 374th  store in Bhubaneswar

October 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ

୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ

October 12, 2026
ବାଲିଗୁଡ଼ାରେ ସିରିଜ୍‌ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ

ବାଲିଗୁଡ଼ାରେ ସିରିଜ୍‌ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ

October 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version